Latest Odisha News

BREAKING NEWS

କୋରାପୁଟରେ ସ୍କୁଲ ନିକଟରୁ ସ୍ଥାନାନ୍ତରିତ ହେବ ବିଦ୍ୟୁତ ଲାଇନ୍‌

ଜୟପୁର: ସ୍କୁଲ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅସୁରକ୍ଷିତ ବିଦ୍ୟୁତ ଲାଇନ ଏବଂ ଭିତ୍ତିଭୂମି ବିଦ୍ୟାଳୟ ନିକଟବର୍ତ୍ତୀ ସ୍ଥାନରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟୁତ୍ ଲାଇନ ସ୍ଥାନାନ୍ତରିତ କାର୍ଯ୍ୟ ତୁରନ୍ତ କରିବାକୁ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସାଉଥକୋ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅସୁରକ୍ଷିତ ଇଲେକ୍ଟ୍ରିକ୍ ଲାଇନ ସହିତ ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ମିଶ୍ର ବିଡିଏ ଏବଂ ବିଭିନ୍ନ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଅସୁରକ୍ଷିତ ଟ୍ରାନ୍ସଫର୍ମର, କେବୁଲ ଏବଂ ଲାଇଭ ତାରଗୁଡ଼ିକ ଚିହ୍ନଟ ହୋଇ ଜିଲ୍ଲାର ୧୪ ଟି ବ୍ଲକ ଏବଂ ୪ ଟି ସହରାଞ୍ଚଳର ୯୭ ଟି ସ୍ପଟରେ ନୋଟିସ୍ କରାଯାଇଛି।

ଜୟପୁର ସାଉଥକୋର ଜେନେରାଲ ମ୍ୟାନେଜର, ମନ୍ମଥ ମିଶ୍ର ମଧ୍ୟ ଜୁନିୟର ଇଞ୍ଜିନିୟର ଏବଂ ସବ-ଡିଭିଜନାଲ ଅଫିସରମାନଙ୍କୁ ଅସୁରକ୍ଷିତ ବିଦ୍ୟୁତ ଲାଇନ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ବସ୍ ଦୁର୍ଘଟଣାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ଯେଉଁଥିରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ରାସ୍ତାରେ ୧୧ କେଭି ଲାଇଭ୍ ତାର ସଂସ୍ପର୍ଶରେ ଆସିବା ପରେ ୧୦ ଜଣ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ।

Leave A Reply

Your email address will not be published.