Latest Odisha News

BREAKING NEWS

ପୁଲୱାମା ଆକ୍ରମଣ: କାଶ୍ମୀରରୁ ବାପ-ଝିଅଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଲୱାମାରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଂଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ବଡ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବାପ-ଝିଅଙ୍କୁ ଏନଆଇଏ ଗିରଫ କରିଛି । ଆତଙ୍କବାଦୀଙ୍କୁ ସହାୟତା କରିଥିବା ବାପ-ଝିଅ ଯୋଡି ହେଉଛନ୍ତି ତାରିକ ଅହମଦ ଶାହ ଓ ଇନ୍ସା ଜାନ । ତାରିକ ଅହମଦ ଦକ୍ଷିଣ କାଶ୍ମୀରରେ ଡମ୍ପର ଡ୍ରାଇଭର ଅଛନ୍ତି ।

ଏନଆଇଏର ପଚରାଉଚୁରା ପରେ ତାରିକ ଅହମଦ ଏହାର ଖୁଲାସା କରିଥିଲେ । ଜମ୍ମୁ କାଶ୍ମୀରର ପୁଲୱାମା ସ୍ଥିତ ହକିରୀପୋରାରେ ଥିବା ତାଙ୍କ ଘଷର ଆଦିଲ ଅହମଦ ଡାର୍‌, ମହମ୍ମଦ ଉମର ଫାରୁକ, କାମରାନ, ସମୀର ଅହମଦ ଡାର ଓ ମହମ୍ମଦ ଇସ୍ମାଇଲଙ୍କୁ ସେମାନେ ଆଶ୍ରୟ ଦେଇଥିଲେ । ଉମର ଫାରୁକ ଓ କାମରାନ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ ।

Leave A Reply

Your email address will not be published.