Rahul Gandhi ‘Not Guilty’: ୮ ବର୍ଷ ପରେ ମାନହାନି ମାମଲାରେ ରାହୁଲ ନିର୍ଦ୍ଦୋଶ
ଅମିତ ଶାହଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ
ଉତ୍ତରପ୍ରଦେଶ: ରାହୁଲ ଗାନ୍ଧୀ ନିର୍ଦ୍ଦୋଶ । ୮ବର୍ଷ ପରେ ଦୋଷମୁକ୍ତ କଲେ ସୁଲତାନପୁର କୋର୍ଟ । ୨୦୧୮ରେ ଅମିତ ଶାହଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ହୋଇଥିଲା ମାନହାନି ମାମଲା । ଆଜି କୋର୍ଟ ରାହୁଲ ଗାନ୍ଧୀ ନିର୍ଦ୍ଦୋଶ ବୋଲି ରାୟ ଶୁଣାଇଛନ୍ତି । ୨୦୧୮ରେ ବେଙ୍ଗାଳୁରୁରେ ଆୟୋଜିତ ଏକ ସଭାରେ ରାହୁଲ ଗାନ୍ଧୀ ଦେଇଥିବା ବନ୍ତବ୍ୟକୁ ନେଇ ସେତେବେଳର ବିଜେପି ଜିଲ୍ଲା ଉପ-ସଭାପତି ବିଜୟ ମିଶ୍ର ତାଙ୍କ ବିରୋଧରେଏକ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ । ଭାରତୀୟ ଦଣ୍ଡ ସିଂହିତା ଆଇପିସିର ଧାରା ୪୯୯ ଓ ୫୦୦ ଅଧିନରେ ରାହୁଲଙ୍କ ବିରୋଧରେ ଏକ ଅପରାଧିକ ମାନହାନି ମାମଲା ଦାୟର କରିଥିଲେ । ଯେଉଁ ମାମଲାର ଶୁଣାଣି କରି ଆଜି ସୁଲତାନପୁର କୋର୍ଟ ରାହୁଲଙ୍କୁ ଦୋଷୀ ନୁହେଁ ବୋଲି ରାୟ ଶୁଣାଇଛନ୍ତି । ପ୍ରମାଣ ଅଭାବରୁ ମାମଲାରେ ତାଙ୍କୁ ଖଲାସ କରାଯାଇଛି ବୋଲି ସ୍ୱତନ୍ତ୍ର ମାଜଷ୍ଟ୍ରେଟ୍ ଶୁଭମ ବର୍ମା କହିଛନ୍ତି । ବରିଷ୍ଠ ଆଇନଜୀବୀ ଆରଏସ ଚିମ୍ମା , ଆଇନଜୀବୀ କାସୀ ଶୁକ୍ଲା , ତରନ୍ନୁମ ଚିମା , ପ୍ରସନ୍ନ ଏସ ଏବଂ ଆକାଶ ସିଂହଙ୍କ ସହ ମିଶି ରାହୁଲଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଶୁଣାଣି ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଉପସ୍ଥିତ ଥିଲେ । ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଳୁରୁରେ ଏକ ରାଲିରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ୮ ବର୍ଷ ପରେ ମାମଲାରେ ରାହୁଲ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତିରେ ରାହୁଲ ଗାନ୍ଧୀଙ୍କ ସମଥ ର୍କମାନେ କୃତଜ୍ଞତା ଏବଂ ଆନନ୍ଦ ପ୍ରକାଶ କରିଛନ୍ତି । ସତ୍ୟର ବିଜୟ ହୋଇଛି ବୋଲି କହିଛନ୍ତି ସମର୍ଥକ । ରାହୁଲ ୨୦୨୩ରେ ଅଦାଲତରେ ହାଜର ହୋଇ ଜାମିନ ପାଇଥିଲେ । ଅଦାଲତ ପୂର୍ବରୁ ରାୟ ଶୁଣାଇବା ପାଇଁ ଅକ୍ଟୋବର ୧୩ତାରିଖ ଧାର୍ଯ୍ୟ କରିଥିଲେ । ଯାହା ପରେ ଅକ୍ଟୋବର ୨୬ ତାରିଖକୁ ଘୁଂଚିଥିଲା । ଆଜି ରାୟ ପ୍ରକାଶ ପାଇଛି ।
