ଉତ୍ତରପ୍ରଦେଶ: ମହଙ୍ଗା ପଡିଲା ଲକ୍-ଡାଉନରେ ଜନ୍ମଦିନ ପାଳନ ଉତ୍ସବ । ଉତ୍ତରପ୍ରଦେଶର ଗୋରଖପୁରଠାରେ ପୁଅର ଜନ୍ମଦିନ ଉତ୍ସବ ଆୟୋଜନ କରି ପୋଲିସ ହାତରେ ଗିରଫ ହେଲା ବାପା ।
ଗୁରୁବାର ନିଜ ଘର ଅଗଣାରେ ୧୦ ବର୍ଷର ପୁଅ ପାଇଁ ଜନ୍ମଦିନର ଆୟୋଜନ କରିଥିଲେ ଜଣେ ବ୍ୟବସାୟୀ । ଜନ୍ମଦିନ ଉତ୍ସବକୁ ପାଳନ ନ କରିବା ପାଇଁ ସ୍ଥାନୀୟଲୋକେ ବିରୋଧ କରିଥିଲେ । ହେଲେ ବ୍ୟକ୍ତି ଜଣକ କାହାରି କଥା ନ ଶୁଣି ରନ୍ଧାବଢା କରିବା ସହ ଧୁମଧାମରେ ଜନ୍ମଦିନର ଆୟୋଜନ କରିଥିଲେ ।
ଜନ୍ମଦିନ ଉତ୍ସବରେ ୫୦ରୁ ଅଧିକ ଲୋକ ସାମିଲ ହୋଇଥିଲାବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଭିଡିଓକୁ ଯାଂଚ କରିବା ପରେ କ୍ୟାଣ୍ଟନମେଣ୍ଟ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ସମେତ ଜନ୍ମଦିନରେ ସାମିଲ ଥିବା ସମସ୍ତ ଲୋକଙ୍କୁ ଗିରଫ କରିଛି ।
Comments are closed.