Latest Odisha News

BREAKING NEWS

କରୋନାରେ ଆଖି ବୁଜିଲେ ଉତ୍ତରପ୍ରଦେଶର ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ

ଲକ୍ଷ୍ନୌ: ଘାତକ ହେଉଛି କରୋନା । ଅକାଳରେ ନେଇଯାଉଛି ଜୀବନ । ଉତ୍ତରପ୍ରଦେଶରେ କରୋନାରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛନ୍ତି । ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ରାଷ୍ଟ୍ରମନ୍ତ୍ରୀ ବିଜୟ କଶ୍ୟପ କରୋନାରେ ମୃତ୍ୟୁବରଣ କରିଛନ୍ତି । ଗୁରୁଗାଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।

ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ବିଜୟ କଶ୍ୟପ ମୁଜାଫରନଗର ଚର୍ଥଓ୍ୱାଲ ବିଧାନସଭା ଆସନରୁ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ । ତାଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶରେ ମହାମାରୀରେ ତିନି ଜଣ ମନ୍ତ୍ରୀ ପ୍ରାଣ ହରାଇଛନ୍ତି । ଗତବର୍ଷ ମନ୍ତ୍ରୀ କମଳ ରାଣୀ ବରୁଣ ଓ ଚେତନ ଚୌହ୍ୱାନ ମୃତ୍ୟୁବରଣ କରିଥିଲେ । ସେହିପରି କରୋନାର ସେକେଣ୍ଡ ଓ୍ୱେଭରେ ବିଜେପିର ୫ ଜଣ ବିଧାୟକ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.