Latest Odisha News

BREAKING NEWS

ସୂର୍ଯ୍ୟବଂଶୀରେ ଏକାଠି ନଜର ଆସିବେ ଏହି ତିନି ସୁପରଷ୍ଟାର…

ମୁମ୍ବାଇ: ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ ବଲିଉଡର ତିନୋଟି ସୁପରଷ୍ଟାର୍ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂହ। ବଲିଉଡର ଏହି ତିନିଜଣ ଏକାଠି ନଜର ଆସିବେ ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀରେ । ଏହି ଅପକମିଂ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ।


ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏହାର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋର ଅଜୟ ଦେବଗନ ଓ ରଣବୀର ସିଂଙ୍କ ମଝିରେ ଠିଆ ହୋଇଛନ୍ତି ଅକ୍ଷୟ କୁମାର।

ପ୍ରଥମ ଥର ପାଇଁ ଏହି ତିନି ଜଣ ଷ୍ଟାର ଏକାଠି ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ବୀର ସୂର୍ଯ୍ୟବଂଶୀ ଭୂମିକାରେ ଅଭିନୟ କରୁଥିବା ବେଳେ କ୍ୟାଟ୍ରିନା କୈଫ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ମାର୍ଚ୍ଚରେ ରିଲିଜ ହୋଇପାରେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.