Latest Odisha News

BREAKING NEWS

ଗୋଟିଏ ସପ୍ତାହରେ ୨୦୦ କୋଟି କ୍ଳବରେ ସାମିଲ ହେଲା ଚଳଚ୍ଚିତ୍ର ‘ୱାର’

ମୁମ୍ବାଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଛି ହ୍ରିତିକ୍‍ ରୋଶନ-ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ । ଗୋଟିଏ ସପ୍ତାହରେ ଏହା ୨୦୦ କୋଟି କ୍ଲବ୍‍ରେ ସାମିଲ ହୋଇଯାଇଛି।

ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସାତ ଦିନରେ ୨୦୦ କୋଟିରୁ ଊର୍ଦ୍ଧ୍ବ ଆୟ କରି ଇତିହାସ ରଚିଥିବା ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସୂଚନା ପ୍ରଦାନ କରିଛନ୍ତି।

ଆନାଲିଷ୍ଟଙ୍କ କହିବାନୁସାରେ, ମୁକ୍ତିଲାଭ ଠାରୁ ଆଜି ପର୍ଯ୍ୟନ୍ତ ଚଳଚ୍ଚିତ୍ରଟି ମୋଟ ୨୩୭.୭୫ କୋଟି ଟଙ୍କାରେ ଆୟ କରିଛି। କେବଳ ଏତିକି ନୁହେଁ ଚଳିତ ବର୍ଷ ଏକ ସପ୍ତାହ ମଧ୍ୟରେ ୨୦୦ କୋଟି କ୍ଳବରେ ସାମିଲ ହୋଇଥିବା ଏହା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ଖ୍ୟାତି ଅର୍ଜନ ମଧ୍ୟ କରିଛି।

Leave A Reply

Your email address will not be published.