ଆସ ବୁଲିଯିବା ଓଡିଶା: ପ୍ରକୃତି ରାଣୀର ସୁନ୍ଦରତାର କାହାଣୀ କୁହେ ଅପାସୋରା ପତୋରା ଡ୍ୟାମ୍
ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"
ନୂଆପଡା: ଆସିଛି ପିକନିକ ଋତୁ , ଏଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରେ ଲୋକଙ୍କ ଭିଡ଼ ଜମୁଛି ।ପ୍ରାକୃତିକ ସୋନ୍ଦର୍ଯ୍ୟ ର ଭରପୁର ର ମଜା ନେବା ସହ ବଣଭୋଜି ର ଆନନ୍ଦ ଉଠାଉ ଛନ୍ତି ପର୍ଯ୍ୟଟକ ।ଅପୂର୍ବ ଆମ ଓଡ଼ିଶା । ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏହି ରାଜ୍ୟକୁ ଆହୁରି ମହାନ୍ କରିଛି ଏଠାରେ ଥିବା ଶୈବପୀଠ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଧର୍ମର ଅସଂଖ୍ୟ ମନ୍ଦିରମାନ। ସେମିତି ଏକ ନୈସର୍ଗିକ ଶୋଭାର ଭଣ୍ଡାର ରହିଛି ନୂଆପଡ଼ା ଜିଲ୍ଲାରେ। ଓଡ଼ିଶାର ଉପାନ୍ତ ଏବଂ ଛତିଶଗଡ଼ ନିକଟବର୍ତ୍ତୀ ଏହି ଜିଲ୍ଲାରେ ଥିବା ପତୋରା ଜଳଭଣ୍ଡାର ଏବଂ ତତସଂଲଗ୍ନ ଯୋଗେଶ୍ୱର ଶିବ ମନ୍ଦିର ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।
ନୂଆପଡ଼ା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ପତୋରା, ପିକନିକ ଋତୁ ଆସିଲେ ଦେଖିବାକୁ ମିଳେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ।ପ୍ରାକୃତିକ ଶୋଭା ରାଜି ରେ ଭରପୁର ଏହି ଯୋଗେଶ୍ୱର ମନ୍ଦିର ଏବଂ ରାଜୀବ ଭବନ ଲୋକଙ୍କ ମନ ମୋହୁଛି । ପଡୋଶୀ ଜିଲ୍ଲା ବଲାଙ୍ଗୀର , ବରଗଡ଼, କଳାହାଣ୍ଡି , ସମ୍ବଲପୁର , ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ମାନେ ଆସି ବଣଭୋଜି କରିବା ସହ ଭରପୁର ଆନନ୍ଦ ଉଠାଉଛନ୍ତି । ପାହାଡ଼ ଉପରେ ଥିବା ଯୋଗେଶ୍ୱର ମହାଦେବଙ୍କ ମନ୍ଦିରରରେ ଏକ ସୁନ୍ଦର ଉଦ୍ୟାନ ତିଆରି ହୋଇଛି; ଯାହାର ନାମ ରହିଛି ସୁନାବେଡ଼ା ପ୍ରାକୃତିକ ଉଦ୍ୟାନ। ଏଠାରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ସହିତ ଶାଳ, ପିଆଶାଳ, ପାଇନ୍ ଇତ୍ୟାଦି ଗଛ ରୋପଣ କରାଯାଇ ଅଳ୍ପ କିଛି ହରିଣ, ଠେକୁଆ ଇତ୍ୟାଦି ଜୀବଜନ୍ତୁଙ୍କୁ ରଖାଯାଇଛି। ସେଇ ଲାଇନର ଧାରେ ଧାରେ ଗଲେ ସିଧା ପହଞ୍ଚି ହେବ ପତୋରା ଡ୍ୟାମ୍ ନିକଟରେ। ସେଠାରେ ଠିଆ ହୋଇ ଜଳଭଣ୍ଡାରର ଶୋଭା ଦର୍ଶନ କରିବା ପାଇଁ ସେଠାରେ ଝୁଲା ସେତୁବନ୍ଧଟିଏ ତିଆରି ହୋଇଛି।ପାହାଡ଼ର ଶୀର୍ଷ ଦେଶରେ ରହିଛି ଯୋଗେଶ୍ୱର ମହାଦେବଙ୍କର ଖୁବ୍ ସୁନ୍ଦର ମନ୍ଦିରଟିଏ। ମନ୍ଦିର ଚୂଡ଼ାରେ ଶୋଭା ପାଉଛନ୍ତି ପାଞ୍ଚୋଟି ବିରାଟ ଶିବଲିଙ୍ଗ ଏବଂ ଶୀର୍ଷରେ ସପ୍ତଫେଣୀ ନାଗ। ଗର୍ଭଗୃହରେ କଳା ମୁଗୁନୀ ପଥରର ବିରାଟ ଶିବଲିଙ୍ଗ ସହିତ ପିତ୍ତଳର ବିରାଟକାୟ ସର୍ପ ମୂର୍ତ୍ତି। ମନ୍ଦିର ଗୃହର ସମ୍ମୁଖ କାନ୍ଥରେ ନବଗ୍ରହଙ୍କର ପଥରର ମୂର୍ତ୍ତି ରହିଛି। ପାର୍ଶ୍ୱ ଦେବତା ଭାବରେ ରହିଛନ୍ତି ଦୁର୍ଗା, ଗଣେଶ, କାର୍ତ୍ତିକ। ମନ୍ଦିରର ଭିତର ପଟଟି ପୂରା ମାର୍ବଲ୍ ଛାଉଣି। ବେଢ଼ା ଭିତର ଖୁବ୍ ପରିଷ୍କାର ପରିଚ୍ଛନ୍ନ। ତଳକୁ ପରିକ୍ରମା ପଥରେ ମଧ୍ୟ ମାର୍ବଲ ବିଛାଇ ହୋଇଛି।
ଏହା ମଧ୍ୟ ପଢନ୍ତୁ
https://odishasambad.in/bolangir-best-tourist-place-harisankar-attract-tourists-on-this-winter/
ମନ୍ଦିର ପଛକୁ ନୂତନ ମଣ୍ଡପଟିଏ ତିଆରି ହୋଇ ସେଥିରେ ଗଢ଼ା ହୋଇଛନ୍ତି ବିଷ୍ଣୁଙ୍କର ଦଶ ଅବତାରର ମୂର୍ତ୍ତି। ଭକ୍ତମାନଙ୍କ ପାଇଁ ବିବାହ, ବ୍ରତ ଇତ୍ୟାଦିରେ ଭୋଜିଭାତ କରିବା ନିମନ୍ତେ ମଣ୍ଡପଟିଏ ମଧ୍ୟ ରହିଛି ସେଠାରେ। ମନ୍ଦିରର ବାମପଟକୁ ଭୋଗ ଆଉ ଫୁଲ ଦୋକାନ। ତା’ କଡ଼େ କଡ଼େ ଲମ୍ବି ଯାଇଛି ପାହାଡ ତଳକୁ ନୂଆ ହୋଇ ଗଢ଼ା ଯାଇଥିବା ଶ୍ରୀରାମ ମନ୍ଦିର ଆଡ଼କୁ ରାସ୍ତା। ପଥୁରିଆ ରାସ୍ତାରେ ଆଗକୁ ସେଇଠି ରହିଛି ଗୋଟିଏ ସୁଉଚ୍ଚ ହନୁମାନ ମୂର୍ତ୍ତି। ମୂର୍ତ୍ତିର ଦୁଇ ପାଦ ମଧ୍ୟ ଦେଇ ଲମ୍ବିଛି ସଂକୀର୍ଣ୍ଣ ପାହାଚ ପାହାଡ଼ର ପାଦଦେଶର ତଳକୁ ତଳକୁ। ସେଠାରେ ପୁଣି ରହିଛି ମହାକାଳର ମୁହଁ। ମୁହଁ ଭିତରେ ପଶି ତଳକୁ ଓହ୍ଲାଇଲେ ଗୋଟିଏ ବଡ଼ ଦଲାଣ। ସେହି ଦଲାଣରେ ରହିଛି ଶ୍ରୀରାମ ମନ୍ଦିର। ସେଠାରେ ରାମ, ଲକ୍ଷ୍ମଣ,ସୀତାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଆଉ ଗୋଟିଏ ଛୋଟ ମନ୍ଦିରରେ ବନଦୁର୍ଗା ପୂଜା ପାଉଛନ୍ତି। ସବୁ ମନ୍ଦିରଗୁଡ଼ିକ ବେଶ୍ ସଫାସୁତୁରା। ଦେଖିଲେ ଭାରି ଭଲ ଲାଗେ। ସବୁ ଋତୁରେ ଏଠି ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।
Comments are closed.