Latest Odisha News

BREAKING NEWS

କଂଗ୍ରେସର ସାଂଘାତିକ ଅଭିଯୋଗ: ବିରୋଧୀଙ୍କ ସ୍ୱର ଦବାଇବା ପାଇଁ ସଂସଦ ଅଡିଓ ବନ୍ଦ କରାଯାଇଛି

ନୂଆଦିଲ୍ଲୀ: ବଜେଟ ଅଧିବେଶନର ୨ୟ ଦିନରେ ସଂସଦରେ ଜୋରଦାର ହଙ୍ଗାମା । କଂଗ୍ରେସ ଅଭିଯୋଗ କରିଛି ଯେ, ସଂସଦରେ ଅଡିଓକୁ ମ୍ୟୁଟ କରିଦିଆ ଯାଇଛି । ସରକାର ବିରୋଧୀ ସ୍ୱରକୁ ଚାପି ଦେବା ପାଇଁ ସରକାର ଏପରି କରିଛନ୍ତି । କଂଗ୍ରେସ ଟୁଇଟରରେ ଏକ କ୍ଲିପ ଶେୟାର କରିଛି, ଯେଉଁଥିରେ ଲୋକସଭା ଅଡିଓ ବନ୍ଦ ଥିବା ପରି ଜଣାଯାଉଛି । ଫଳରେ ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପରେ ପରେ କଂଗ୍ରେସ ଏହାକୁ ବିରୋଧ କରୁଥିବା ଦେଖିବାକୁ  ମିଳିଛି ।

ଏହି ଭିଡିଓ କ୍ଲିପରେ ଦେଖିବାକୁ ମିଳିଛି, ବିରୋଧୀ ଦଳ ସାଂସଦ ବାଚସ୍ପତି ଓମ ବିରଳାଙ୍କ ଆସନ ପାଖକୁ ଯାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।ଶାସକ ଦଳ ସମସ୍ତ ସଦସ୍ୟ ନିଜ ଆସନରେ ଛିଡା ହୋଇଛନ୍ତି । ପ୍ରାୟ ୨୦ ମିନିଟ ଧରି ଏପରି ଅବସ୍ଥା ଲାଗି ରହୁଛି । ହେଲେ କୌଣସି ପ୍ରକାର ଅଡିଓ ଶୁଣିବାକୁ ମିଳୁନାହିଁ । ହେଲେ ଯେତେବେଳେ ସ୍ପିକର କିଛି କହିବା ଆରମ୍ଭ କଲେ ସେତେବେଳେ ଅଡିଓ ଶୁଣିବାକୁ ମିଳିଲା । ସ୍ପିକର ପ୍ରଥମେ ସାଂସଦଙ୍କୁ ଚୁପ ରହିବାକୁ କହୁଛନ୍ତି ଏବଂ ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖିବା କଥା କହିଥିଲେ । ହେଲେ ଲୋକ ସଭାର ଅଡିଓ କାହିଁକି ବନ୍ଦ ରହିଥିଲା ସେ ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି, ପ୍ରଥମେ ମାଇକ ବନ୍ଦ ହେଉଥିଲା, ଆଜି ଗୃହର କାମକୁ ମ୍ୟୁଟ କରି ଦିଆଗଲା ।

ଦଳ ପକ୍ଷରୁ ଏହାକୁ ନେଇ ଟ୍ୱିଟ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ‘ ନାରା ଦିଆଗଲା- ରାହୁଲ ଜୀଙ୍କୁ କହିବାକୁ ଦିଅ…କହିବାକୁ ଦିଅ…କହିବାକୁ ଦିଅ.. ପରେ ଓମ ବିରଲା ସ୍ମିତ ହାସ୍ୟ ଦେଲେ ଏବଂ ଗୃହ ବନ୍ଦ ହୋଇଗଲା..ଏହା କ’ଣ ଲୋକତନ୍ତ୍ର ?’

କଂଗ୍ରେସର ତୃତୀୟ ଟ୍ୱିଟରେ ସଂସଦ ଭବନର ଏକ ଫଟୋରେ ଅଡିଓ ମ୍ୟୁଟର ଆଇକନ ଦିଆଯାଇ ପୋଷ୍ଟ କରାଯାଇଛି ।

କଂଗ୍ରେସ ଅଭିଯୋଗ କରିଛି, ସଂସଦରେ ମାଇକକୁ ଜାଣିଶୁଣି ବନ୍ଦ କରାଯାଇଛି । ବିପକ୍ଷର ଅଦାନୀ-ହିଡେନବର୍ଗ ବିବାଦର ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଯାଞ୍ଚ ଦାବିକୁ ଦବାଇ ଦେବା ପାଇଁ ଏପରି କରାଯାଇଛି । ଦଳ ଆହୁରି ଅଭିଯୋଗ କରିଛି ଯେ, ବିଜେପି ନିଷ୍ପତ୍ତି ନେଇଛି ସଂସଦରେ ରାହୁଲ ଗାନ୍ଧିଙ୍କୁ କହିବାକ ଦେବ ନାହିଁ । ସେଥିପାଇଁ ଜାଣିଶୁଣି ମାଇକକୁ ମ୍ୟୁଟ କରି ଦଆଯାଇଛି ।

ଏହାର ପ୍ରତିବାଦରେ ତମାମ ବିରୋଧୀ ଦଳର ନେତା ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ନେତାଙ୍କ ମଧ୍ୟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦ ମାନେ ସାମିଲ ରହିଛନ୍ତି ।

Leave A Reply

Your email address will not be published.