Latest Odisha News

BREAKING NEWS

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ କରି ସାରିଛନ୍ତି । ବାଙ୍ଗାଲୋର ଓ ଗୁଜରାଟ ଟିମ ପ୍ଲେ ଅଫ ରେସରୁ ବାଦ ପଡି ସାରିଛନ୍ତି । ଗୁଜରାଟ ଅଧିନାୟିକା ଟସ ଜିତି ସ୍ନେହ ରାଣା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟରେ ୧୭୮ ରନ କରିଥିଲା । ଆଶଲେ ଗାର୍ଡନର ୬୦ ଓ ଡି.ହେମଲତା ୫୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା । ୟୁପି ଟିମ ଗୋଟିଏ ବଲ ବାକି ଥାଇ ୭ ୱିକେଟ ହରାଇ ଏଥିରେ ବିଜୟ ହାସଲ କରିଥିଲା । ଗ୍ରେସ ହ୍ୟାରିସ ୭୨ ଓ ତାହାଲିୟା ମ୍ୟାକଗ୍ରା ୫୭ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

Leave A Reply

Your email address will not be published.