Latest Odisha News

BREAKING NEWS

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ହାସଲ କଲେ ବିଶ୍ୱାସମତ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ସୋମବାର ଅନୁଷ୍ଠିତ ବିଶ୍ୱାସ ମତ ସହଜରେ ହାସଲ କରି ନେଇଛନ୍ତି । ୨୬୫ ସାଂସଦ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ପ୍ରଚଣ୍ଡ ଗଠବନ୍ଧନକୁ ୧୭୨ ଓ ବିରୋଧୀଙ୍କୁ ୮୯ ଭୋଟ ମିଳିଥିଲା । ସରକାର ବଂଚାଇବା ପାଇଁ ୧୩୮ ଭୋଟର ଆବଶ୍ୟକତା ରହିଥିଲା । ଜଣେ ସାଂସଦ ଅନୁପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ପ୍ରଚଣ୍ଡଙ୍କ ପାର୍ଟି ସିପିଏନ ପାଖରେ ମୋଟ ୩୨ ସିଟ ରହିଛି । ସେ କେପି ଓଲୀଙ୍କ ପାର୍ଟି ସିପିଏନ-ୟୁଏମଏଲ ସମେତ ଅନ୍ୟ କେତେଗୁଡିଏ ଛୋଟ ଦଳ ସହ ମିଶି ସରକାର ଗଠନ କରିଥିଲେ ।

ରାଷ୍ଟ୍ରପତି ନିର୍ବାଚନ ଅବସରରେ ପ୍ରଚଣ୍ଡ ନେପାଳୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ଏଥିରେ ଓଲୀ ଗଠବନ୍ଧନରୁ ଓହରି ଯାଇଥିଲେ । ନେପାଳୀ କଂଗ୍ରେସ ଏବଂ ଅନ୍ୟ ୬ଟି ଛୋଟ ଦଳ ପ୍ରଚଣ୍ଡ ସରକାରଙ୍କ ସପକ୍ଷରେ ମତଦାନ କରିଥିଲେ । ମାର୍ଚ୍ଚ ୨୪ରେ ପ୍ରଚଣ୍ଡ ସରକାରଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର କରାଯିବ ।

Leave A Reply

Your email address will not be published.