Latest Odisha News

BREAKING NEWS

୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟରେ ଅନଲାଇନ୍ RTI ପୋର୍ଟାଲ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଥିବା ୨୫ଟି ଯାକ ହାଇକୋର୍ଟରେ ରହିବ ଆରଟିଆଇ ପୋର୍ଟାଲ୍ । ଏନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ମୁଖ୍ୟ ବିଚାରପତିଙ୍କ ମାଧ୍ୟମରେ ଜିଲ୍ଲା ସ୍ତରରେ ଏଭଳି ପୋର୍ଟାଲ୍ କରିବାକୁ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟ ଅନଲାଇନ୍ ଆରଟିଆଇ ପୋର୍ଟାଲ୍ ସ୍ଥାପନ କରିବେ । ପୂର୍ବରୁ ସୁପ୍ରିମକୋର୍ଟରେ ଅନଲାଇନ୍ ପୋର୍ଟାଲ୍ କାର୍ଯ୍ୟକ୍ଷମ କରାଯାଇଛି । ଏବେ ସମସ୍ତ ହାଇକୋର୍ଟରେ ସେଭଳି ପୋର୍ଟାଲ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ହାଇକୋର୍ଟ ସହ ଜିଲ୍ଲା କୋର୍ଟରେ ଅନଲାଇନ୍ ଆରଟିଆଇ ପୋର୍ଟାଲ୍ ଲାଗି ପୂର୍ବରୁ ରାଜ୍ୟ ସରକାରଙ୍କ ମତାମତ ମାଗିଥିଲେ ସୁପ୍ରିମକୋର୍ଟ । ୧୮ଟି ରାଜ୍ୟ ଏନେଇ ସୁପ୍ରିମକୋର୍ଟରେ ମତ ରଖିଥିବା ବେଳେ ଅଳ୍ପ କେତେକ ହାଇକୋର୍ଟର ଅନଲାଇନ୍ ଆରଟିଆଇ ପୋର୍ଟାଲ୍ ରହିଥିବା ଜଣା ପଡ଼ିଛି ।

ଏବେ ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଓଡ଼ିଶା ହାଇକୋର୍ଟର ଆରଟିଆଇ ପୋର୍ଟାଲ୍ ରହିଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କ ପୋର୍ଟାଲକୁ ବ୍ୟବହାର କରୁଛନ୍ତି ।

Leave A Reply

Your email address will not be published.