ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି।
ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ ମିଳିଛି। ଯାହା ନବଜାତ ଶିଶୁଙ୍କ ଶରୀରରେ କର୍କଟ ସୃଷ୍ଟି କରିପାରେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିହାରର ଛଅଟି ଜିଲ୍ଲାରେ ପ୍ରତ୍ୟେକ ସ୍ତନ୍ୟପାନ କରାଉଥିବା ମାଆଙ୍କ କ୍ଷୀରରେ ୟୁରାନିୟମ ମିଳିଛି। କହିବାକୁ ଗଲେ, ଭୂତଳ ଜଳରେ ଦୀର୍ଘ ସମୟ ଧରି ରହିଥିବା ଏହି ବିଷାକ୍ତ ଉପାଦାନ ସିଧାସଳଖ ନବଜାତ ଶିଶୁଙ୍କ ପାଖରେ ପହଞ୍ଚୁଛି।
ଡକ୍ଟର ଅରୁଣ କୁମାର ଏବଂ ପ୍ରଫେସର ଅଶୋକ ଘୋଷଙ୍କ ନେତୃତ୍ୱରେ ପାଟନାର ମହାବୀର କର୍କଟ ପ୍ରତିଷ୍ଠାନର ଏକ ଟିମ୍ ଦ୍ୱାରା ଏହି ଗବେଷଣା କରାଯାଇଥିଲା। ଦିଲ୍ଲୀ ଏମ୍ସର ଜୈବ ରସାୟନ ବିଭାଗର ଡକ୍ଟର ଅଶୋକ ଶର୍ମା ଏବଂ ତାଙ୍କ ଟିମ୍ ମଧ୍ୟ ଏଥିରେ ସାମିଲ ଥିଲେ।
ଅକ୍ଟୋବର ୨୦୨୧ରୁ ଜୁଲାଇ ୨୦୨୪ ମଧ୍ୟରେ କରାଯାଇଥିବା ଏହି ରିସର୍ଚ୍ଚରେ ଭୋଜପୁର, ସମସ୍ତିପୁର, ବେଗୁସରାଇ, ଖଗାରିଆ, କଟିହାର ଏବଂ ନାଳନ୍ଦାରୁ ୧୭-୩୫ବର୍ଷ ବୟସର ୪୦ ଜଣ ମା’ଙ୍କଠାରୁ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତ ନମୁନାରେ ୟୁରାନିୟମ (U238) ମିଳିଥିଲା, ଯାହାର ସ୍ତର 0 ରୁ 5.25 µg/L ମଧ୍ୟରେ ଥିଲା। ମାତୃ କ୍ଷୀରରେ ୟୁରାନିୟମର କୌଣସି ସୁରକ୍ଷିତ ସୀମା ନାହିଁ। ରିପୋର୍ଟ ଅନୁଯାୟୀ, ପ୍ରାୟ ୭୦ ପ୍ରତିଶତ ଶିଶୁ ୟୁରାନିୟମର ସଂସ୍ପର୍ଶରେ ଆସିଥିଲେ ଯାହା ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିପାରେ।
ଡକ୍ଟର ଅଶୋକ ଶର୍ମା କହିଛନ୍ତି, “ଅଧ୍ୟୟନରେ ୪୦ ଜଣ ମା’ଙ୍କ ମାତୃ କ୍ଷୀର ବିଶ୍ଳେଷଣ କରାଯାଇଥିଲା। ସମସ୍ତ ନମୁନାରେ ୟୁରାନିୟମ (U-238) ଚିହ୍ନଟ କରାଯାଇଥିଲା।
ସେ ଆହୁରି କହିଛନ୍ତି ଯେ ଯଦିଓ ୟୁରାନିୟମ ସଂସ୍ପର୍ଶରେ ବାଧାପ୍ରାପ୍ତ ସ୍ନାୟୁ ବିକାଶ ଏବଂ କମ IQ ଭଳି ବିପଦ ସୃଷ୍ଟି କରିପାରେ। ଏହାବ୍ୟତୀତ ୟୁରାନିୟମ ବୃକକ୍ କ୍ଷତି, ସ୍ନାୟୁଗତ ସମସ୍ୟା, ଜ୍ଞାନାତ୍ମକ ବିଳମ୍ବ ଏବଂ ଭବିଷ୍ୟତରେ କର୍କଟ ରୋଗର ବିପଦ ବୃଦ୍ଧି କରିପାରେ।
ବିଶ୍ୱର ଅନେକ ଦେଶରେ ଭୂତଳ ଜଳରେ ୟୁରାନିୟମ୍, କାନାଡା, ଆମେରିକା, ଫିନଲ୍ୟାଣ୍ଡ, ସ୍ୱିଡେନ୍, ସ୍ୱିଜରଲ୍ୟାଣ୍ଡ, ୟୁକେ, ବାଂଲାଦେଶ, ଚୀନ୍, କୋରିଆ, ମଙ୍ଗୋଲିଆ, ପାକିସ୍ତାନ ଏବଂ ମେକଙ୍ଗ ଡେଲ୍ଟାରେ ଭୂତଳ ଜଳରେ ୟୁରାନିୟମ୍ ମିଳିଛି। କିନ୍ତୁ ବିହାରରେ ମାତୃ କ୍ଷୀରରେ ଏହାର ଉପସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ସ୍ତରରେ ଅଛି।
Comments are closed.