Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ୧୧ ବରିଷ୍ଠ ଅଫିସରଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଭାଗୀୟ ୧୧ଜଣ ବରିଷ୍ଠ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। ଏହାସହ ସମସ୍ତ ମହାନଗର ନିଗମ ଓ ପୌରାଂଚଳ ନିମନ୍ତେ ଏସଓପି ଜାରି କରାଯାଇଛି ।

 

ଆଜିଠୁ ଏହି ବରିଷ୍ଠ ଅଫିସ ମାନଙ୍କୁ ଦିଆଯାଇଥିବା ଜିଲ୍ଲା ର ସମସ୍ତ ପୌରାଂଚଳରେ ବାତ୍ୟା ମୁକାବିଲାର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.