ନୂଆଦିଲ୍ଲୀ: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ, ଭାରତ ସରକାର ଏକ ପରାମର୍ଶ ଜାରି କରିଛନ୍ତି । ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ଭେନେଜୁଏଲାକୁ ସମସ୍ତ ଅଣ-ଅତ୍ୟାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି ।
ପରାମର୍ଶରେ ଆହୁରି କୁହାଯାଇଛି ଯେ, ଯେକୌଣସି କାରଣରୁ ଭେନେଜୁଏଲାରେ ଥିବା ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ, ସେମାନଙ୍କର ଗତିବିଧି ସୀମିତ କରିବାକୁ ଏବଂ ରାଜଧାନୀ କାରାକାସରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ଇମେଲ୍ ଆଇଡି ଏବଂ ଜରୁରୀକାଳୀନ ଫୋନ୍ ନମ୍ବର ମଧ୍ୟ ଜାରି କରିଛି । ଇମେଲ୍ ଆଇଡି ହେଉଛି cons.caracas@mea.gov.in ଏବଂ ଜରୁରୀକାଳୀନ ଫୋନ୍ ନମ୍ବର ହେଉଛି +58-412-9584288 (ହ୍ୱାଟ୍ସଆପ୍ କଲ୍ ପାଇଁ ମଧ୍ୟ ଉପଲବ୍ଧ) । ଲୋକମାନେ ଏହି ଦୁଇଟି ଠିକଣା ମାଧ୍ୟମରେ କରାକସରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିପାରିବେ ।
ଆମେରିକା ଶୁକ୍ରବାର ରାତିରେ ଭେନେଜୁଏଲାର ରାଜଧାନୀ କରାକସରେ ଏକ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା । ଆମେରିକୀୟ ସେନା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ।
Comments are closed.