ୱାଶିଂଟନ୍: ୨୦୦୮ ରେ ୨୬/୧୧ ମୁମ୍ବାଇ ଆକ୍ରମଣର ବାର ବର୍ଷ ପରେ, ଆମେରିକା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତଥା ଲଶ୍କର-ଇ-ତୋଇବା ସଦସ୍ୟ ସାଜିଦ ମୀରଙ୍କ ସୂଚନା ଦେଲେ ୫ ମିଲିୟନ୍ ଡଲାର (ପ୍ରାୟ ୩୭ କୋଟି ଟଙ୍କା) ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି।
‘ୟୁଏସ୍ ରିୱାର୍ଡ୍ସ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ୍’ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ନଭେମ୍ବର ୨୦୦୮ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଭିତ୍ତିକ ବିଦେଶୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ବରିଷ୍ଠ ସଦସ୍ୟ ସାଜିଦ ମୀର୍ଙ୍କ ସନ୍ଧାନ ଚାହୁଁଛନ୍ତି। ଏହି ଆକ୍ରମଣରେ ସେମାନଙ୍କର ଭୂମିକା ବିଷୟରେ ଜଣାଇବା ପାଇଁ କିମ୍ବା କୌଣସି ଦେଶରେ ସାଜିଦ ମୀରଙ୍କୁ ଗିରଫ କିମ୍ବା ଦଣ୍ଡ ଦେବା ପାଇଁ ପୁରସ୍କାର ନିମନ୍ତେ ‘ୟୁଏସ୍ ରିୱାର୍ଡ୍ସ ଫର୍ ଜଷ୍ଟିସ୍ ପ୍ରୋଗ୍ରାମ୍’ ତରଫରୁ ୫ ମିଲିୟନ୍ ଆମେରିକୀୟ ଡଲାର ପୁରସ୍କାର ଦିଆଯିବ “
Comments are closed.