Latest Odisha News

BREAKING NEWS

କୃଷ୍ଣକାୟ ଜର୍ଜ ଫ୍ଲଏଡ ହତ୍ୟା ମାମଲା: ଦୋଷୀ ପୋଲିସ ଅଫିସରଙ୍କୁ ୨୨ ବର୍ଷ ୬ ମାସ ଜେଲ

ୱାଶିଂଟନ: ବହୁ ଚର୍ଚ୍ଚିତ ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ଏଥିରେ ଦୋଷୀ ପୋଲିସ ଅଫିସର ଡେରେକ ଚୌଭିନଙ୍କୁ ୨୨ ବର୍ଷ ୬ ମାସ ଜେଲା ଦଣ୍ଡାଦେଶ ଶୁଣାଯାଇଛି । ମିନିଆପୋଲିସର ଏହି ପୂର୍ବତନ ଅଧିକାରୀ ଫ୍ଲଏଡଙ୍କ ନିଜ ଆଂଠୁ ତଳେ ଦବେଇ ରଖିଥିଲେ, ସେ ନିଶ୍ୱାସ ନେଇ ପାରୁ ନ ଥିବା ବାରମ୍ବାର କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ । ଶେଷରେ ଫ୍ଲଏଡଙ୍କ ମୃତ୍ୟୁ ଘଟିଥିଲା । ଏଥିନେଇ ଆମେରିକାର ବଡଧରଣର ଆନ୍ଦୋଳନ ହୋଇଥିଲା । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିଥିଲା ।

BjdElectrycity

ଚୌଭିନ ଜେଲରେ ଭଲ ବ୍ୟବହାର କଲେ ତାଙ୍କ ଦଣ୍ଡାଦେଶ ୧୫ ବର୍ଷକୁ ଖସାଇ ଦିଆଯିବ ବୋଲି କୋର୍ଟ କହିଛନ୍ତି । ଫ୍ଲଏଡଙ୍କ ପରିବାରବର୍ଗ କିନ୍ତୁ ଏହି ଦଣ୍ଡ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.