ନୂଆଦିଲ୍ଲୀ: ଆମେରିକାରେ ବ୍ୟାନ୍ ହେବନି ଚାଇନା ଭିଡିଓ ଆପ୍ ଟିକ୍ଟକ୍ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଟିକ୍ଟକ୍ କମ୍ପାନି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ମାମଲାର ଶୁଣାଣି କରି ରବିବାର ଏକ ଫେଡେରାଲ କୋର୍ଟ ଏହି ନିଷେଧାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଆମେରିକାରେ ରାଷ୍ଟ୍ରପତିଙ୍କ ଆଦେଶ ଅନୁସାରେ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଥିବାର ୪ଘଣ୍ଟା ପୂର୍ବରୁ ଏଭଳି ରାୟ ଶୁଣାଇଥିଲେ ଅଦାଲତ।
ଆମେରିକାରେ ଡାଟା ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରି ରାଷ୍ଟ୍ରପତି ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲେ। ଏହା ପରେ, ଆମେରିକାର ଅନେକ କମ୍ପାନି ଟିକ୍-ଟକ୍ କିଣିବା ଦିଗରେ କାମ ଆରମ୍ଭ କରିଥିଲେ। ଏହାର ସମର୍ଥନ କରି, ଦେଇଥିବା ସମୟ ମଧ୍ୟରେ ଟିକ୍ଟକ୍ କୁ କିଣାନଗଲେ ଆପ୍ ଉପରେ ପ୍ରତିବନ୍ଧକ ଲାଗାଇ ଦିଆଯିବ ବୋଲି କହିଥିଲେ ଆମେରିକା ସରକାର। ସେପ୍ଟେମ୍ବର ୨୮ରେ ଆମେରିକା ସରକାରଙ୍କ ସମୟ ଅବଧି ଶେଷ ହେଉଥିବା ବେଳେ ଗୋଟେ ଦିନ ପୂର୍ବରୁ ପ୍ରତିବନ୍ଧକ ଉପରେ ରୋକ୍ ଲଗାଇଛନ୍ତି ଫେଡେରାଲ କୋର୍ଟ। ଫେଡେରାଲ କୋର୍ଟ ରାୟ ଶୁଣାଇବା ପରେ ଆମେରିକାରେ ଏବେ ପୂର୍ବ ପରି ଟିକ୍ଟକ୍ ଚାଲୁ ରହିବ ବୋଲି ଜଣା ପଡ଼ିଛି।
Comments are closed.