Latest Odisha News

BREAKING NEWS

କରୋନା ନେଲା ରାଜ୍ୟରୁ ଆଉ ୧୬ ଜୀବନ, ମୃତ୍ୟୁସଂଖ୍ୟା ୮୦୦ ଡେଇଁଲା

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ ବଢୁଛି କରୋନା ମୃତ୍ୟୁସଂଖ୍ୟା । ରାଜ୍ୟରେ ୮ଶହ ପାର କରିଛି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୧୬ ଆକ୍ରାନ୍ତ । ଚିକିତ୍ସାଧୀନ ଅବସ୍ଥାରେ ୧୧ଟି ଜିଲ୍ଲାର ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

BjdElectrycity

ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୧୧ ଜଣ ପୁରୁଷ । ସମସ୍ତଙ୍କ ବୟସ ୪୦ ବର୍ଷରୁ ୮୦ ବର୍ଷ ଭିତରେ । ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩ ଜଣ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ଆଖି ବୁଜିଛନ୍ତି ୨ ଜଣ ଲେଖାଏଁ ଆକ୍ରାନ୍ତ ।

ସେହିପରି ଭୁବନେଶ୍ୱରରୁ ଆଉ ୨ ଜୀବନ ଯାଇଛି । ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ନେଲାଣି ୧୨୮ ମୁଣ୍ଡ ।

ଏମାନଙ୍କ ବ୍ୟତୀତ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, କଟକ, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୦.୩୮% ।

Leave A Reply

Your email address will not be published.