Latest Odisha News

BREAKING NEWS

ପହଲଗାମ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ଏହି ଦୁଇ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, କଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି । ଯୁକ୍ତରାଷ୍ଟ୍ର ଆତଙ୍କବାଦ ବିରୋଧରେ ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଅସାଧାରଣ ଜନତାଙ୍କୁ ଆମର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ସମବେଦନା ରହିଛି । ଆମର ହୃଦୟ ଆପଣମାନଙ୍କ ସହ ଅଛି ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସେହିପରି ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଥିବା କହିଛନ୍ତି ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ । ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଦ୍ୱାରା ସୂଚନା ଦିଆଯାଇଛି ଏବଂ ଅଧିକ ତଥ୍ୟ ଜଣାପଡ଼ିବା ସହ ତାଙ୍କୁ ଅପଡେଟ ମଧ୍ୟ କରାଯାଉଛି ।

ରାଷ୍ଟ୍ରପତି ଟ୍ରମ୍ପ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଏବଂ ଆମର ପ୍ରାର୍ଥନା ଆହତମାନଙ୍କ ସହ ଅଛି, ସାଙ୍ଗରେ ଆମର ମିତ୍ର ଦେଶ ଭାରତ ପାଇଁ ଆମର ଦେଶର ସମର୍ଥନ ରହିଛି ।

ଅନ୍ୟପଟେ, ଏହି ଘଟଣାକୁ ହୃଦୟ ବିଦାରକ କହିବା ସହ ଗଭୀର ଶୋକପ୍ରକାଶ କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମଥୋ ଲେଖିଛନ୍ତି, “ମୁଁ ଜମ୍ମୁ ଏବଂ କଶ୍ମୀରରେ ହୋଇଥିବା ନୃଶଂସ ଆକ୍ରମଣର ଦୃଢ଼ ନିନ୍ଦା କରୁଛି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା  । ଆତଙ୍କବାଦ ବିରୋଧରେ ଲଢ଼େଇରେ ଫ୍ରାନ୍ସ ଭାରତ ସହିତ ଏକତାରେ ଠିଆ ହୋଇଛି।”

Comments are closed.