Latest Odisha News

BREAKING NEWS

ସ୍ନାୟୁ ରୋଗର ଶିକାର ହେଲେ ଦେଖାଯାଏ ଏହି ଲକ୍ଷଣ..

ଭୁବନେଶ୍ବର: ଏପରି କିଛି ରୋଗ ଅଛି ଯାହା ଅନେକ ଲୋକ ଜାଣିପାରନ୍ତି ନାହିଁ । ପରବର୍ତ୍ତୀ ସମୟରେ ଉକ୍ତ ରୋଗ ସାଙ୍ଘାତିକ କରିଦିଏ । ଯେପରିକି ସ୍ନାୟୁ ସମ୍ବନ୍ଧୀୟ ରୋଗ । ଏହି ସ୍ନାୟୁ ସମ୍ବନ୍ଧୀୟ ଜନିତ ବ୍ରେନ୍ ଟ୍ୟୁମର, ମସ୍ତିଷ୍କ ଆଘାତ ଓ ମେରୁଦଣ୍ଡ ଆଘାତ ଜନିତ ରୋଗୀଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।ତେବେ ଏହି ରୋଗର ଲକ୍ଷଣ କଣ ଜାଣନ୍ତୁ..

ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୟସର ଲୋକଙ୍କୁ ଏହି ରୋଗ ହୋଇଥାଏ । ଶିଶୁମାନଙ୍କର ବିଭିନ୍ନ ପ୍ରକାର ଟ୍ୟୁମର ଯାହାକି ଏହି ସ୍ନାୟୁ ସମ୍ବନ୍ଧୀୟ ରୋଗର ଲକ୍ଷଣ ଅଟେ । ସେହିପରି ଏହି ରୋଗ ଯୁବବର୍ଗ ମାନଙ୍କ ଠାରେ ମଧ୍ୟ ଦେଖାଯାଏ । ସେମାନଙ୍କର ମୁଣ୍ଡ ବୁଲାଏ, ବାନ୍ତି ହୁଏ, କାନକୁ ଠିକ ଭାବରେ ଶୁଣା ନ ଯିବା, ଆଖି କୁ ଠିକ ଭାବରେ ନ ଦିଶିବା, ଜିଭରେ ସ୍ୱାଦ ଚାଲି ଯିବା, ନାକରେ ଗନ୍ଧ ବାସ୍ନା ଜାଣି ନପାରିବା, ହାତ ଗୋଡ଼ ଦୁର୍ବଳ ହୋଇଯିବା, ଉଠିକି ବସି ନ ପାରିବା, ଚାଲିବା ବେଳକୁ ଗୋଡ଼ ଲାଖି ଯିବା,ହାତ ଗୋଡ଼ ପରାଲିସିସ ହୋଇଯିବା ଆଦି ଲକ୍ଷଣ ଯୁବବର୍ଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ।

ବୟସ୍କ ଲୋକଙ୍କୁ ମଧ୍ୟ ଏହି ରୋଗ ଆକ୍ରାନ୍ତ କରିଥାଏ । ଅଧିକ ଦିନ ଟ୍ୟୁମର ରହିଲେ ସେମାନଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ।

ସ୍ନାୟୁ ଚାପି ହୋଇଗଲେ ଏହି ସ୍ନାୟୁ ଜନିତ ସମସ୍ୟା ଦେଖାଯାଏ । ବେକ ଭିତରେ ହାଡ଼ ଦୁର୍ବଳ ହୋଇପଡେ । ଫଳରେ ଜଣେ ବ୍ୟକ୍ତି ସିଧା ହୋଇ ଛିଡା ହୋଇପାରେ ନାହିଁ । ହାଡ଼ ଭିତରେ ରସ ଶୁଖିଯାଏ । ଫଳରେ ସ୍ନାୟୁ ଜନିତ ସମସ୍ୟା ଦେଖାଯାଏ । ଯେମିତିକି ହାତଗୋଡ଼ ଅଚଳ ହୋଇଯିବା, ଝିମ ଝିମ ଲାଗିବା, ଚାଲିବା ବେଳକୁ ଗୋଡ଼ ଲାଖି ହୋଇଯିବା, ଝାଡା ପରିସ୍ରା ବନ୍ଦ ହୋଇଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହି ସମୟରେ ଯଦି ରୋଗୀକୁ ସଠିକ ଚିକିତ୍ସା କରାଗଲା ରୋଗୀଟିଏ ସୁସ୍ଥ ହୋଇପାରିବ ।

ବିଶେଷ କରି ସ୍ନାୟୁ ଜନତ ରୋଗର ଲକ୍ଷଣ ହେଲା- ମୁହଁ ଗୋଟିଏ ସାଇଡ ବଙ୍କା ହୋଇଯିବ, ଦୃଷ୍ଟି ଶକ୍ତି କମିବା,କାନକୁ ଠିକ ଭାବରେ ଶୁଣା ନଯିବା, ହାତ ଗୋଡ଼ ଅଚଳ ହୋଇଯିବା, ଛୋଟେଇ ଛୋଟେଇ ଚାଲିବା,ହାତ ମୁଠା କରି ନପାରିବା , ହାତ ଝିମ ଝିମ ହବା, ବାନ୍ତି ହେବା । ସେହିପରି ଶିଶୁଙ୍କ ଠାରେଏହି ଲକ୍ଷଣ ଦେଖାଯାଇଥାଏ- ବାତ ମାରିବା, ପ୍ରବଳ ମୁଣ୍ଡ ବିନ୍ଧା ହେବା,ହାତ ମୁଠା କରି ମୂର୍ଚ୍ଛା ହେବା, କଥାବାର୍ତ୍ତାରେ ଅସୁବିଧା, ବାନ୍ତି କରିବା, ଚିଡ଼ଚିଡ଼ା ହେବା, ପିଠି ପଛରେ ଛୋଟ ଛୋଟ ଫୋଟକା ହେବା ଆଦି ।

ଔଷଧ ଖାଇଲେ ଏହି ରୋଗକୁ ନିୟନ୍ତ୍ରଣ କରି ହୁଏ । ଏଥିସହ ନିରାକରଣ ପାଇଁ ନିୟମିତ ଯୋଗ କରିବା, ଫିଜିକାଲ ଫିଟନେସ ବଜାୟ ରଖିବା, ନିଶା ଠାରୁ ଦୂରେଇ ରହିବା, ରକ୍ତଚାପଓ ମଧୁମେହକୁ ନିୟନ୍ତ୍ରଣରେ ରଖିବା,ପ୍ରାକୃତିକ ଚିକିତ୍ସା କରିବା,ବ୍ୟାୟାମ କରିବା, ଖାଦ୍ୟପେୟକୁ ନିୟନ୍ତ୍ରଣରେ ରଖିବା, ନିଶା କରିବା ନାହିଁ ।

 

Comments are closed.