ନ୍ୟୁୟର୍କ: କାହା ଦଖଲକୁ ଯିବା ହ୍ୱାଇଟ୍ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗଣିତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗୁଆ ରହିଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ଇଲେକ୍ଟୋରାଲ୍ ଭୋଟରେ ସେ ଟ୍ରମ୍ପଙ୍କଠାରୁ ଆଗରେ ରହିଛନ୍ତି ।
ଜୋ ବିଡେନ୍ ବର୍ତତ୍ମାନ ସୁଦ୍ଧା ୧୩୧ ଆସନରେ ଆଗୁଆ ରହିଛନ୍ତି । ଯେଉଁଠି ମାତ୍ର ୯୨ଟି ଆସନରେ ଆଗରେ ରହିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ରମ୍ପ ଡୋନାଲ୍ଟ ଟ୍ରମ୍ପ ଇଣ୍ଡିଆନା, ଓକଲାହାମ୍, ଓ୍ୱେଷ୍ଟ ଭର୍ଜିନିଆ, ମିସିସିପି ସମେତ ୧୪ଟି ରାଜ୍ୟରେ ବିଜୟୀ ଲାଭ କରି ସାରିଛନ୍ତି । ସେପଟେ ବିଡେନ୍ ନ୍ୟୁ ଜର୍ସି, ମାସାଚୁସେଟସ୍, ମେରିଲ୍ୟାଣ୍ଡ ସମେତ ୧୨ଟି ରାଜ୍ୟରେ ଜିତି ସାରିଲେଣି । ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି ।
ଗତକାଲି ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସମୟରେ ବି ଭୋଟ୍ ବସ୍କରେ ୧୦୦ ମିଲିୟନ୍ରୁ ଅଧିକ ବାଲାଟ ଦାଖଲ ହୋଇଥିଲା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବାକୁ ହେଲେ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ ।
Comments are closed.