ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ସେପ୍ଟେମ୍ୱର ୨୯ ତାରିଖର୍ ପ୍ରଥମ ଡିବେଟ୍ ଅନୁଷ୍ଠିତ ହେବ । ମୁହାଁମୁହିଁ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ । କାର୍ୟ୍ୟସୂଚୀ ଜାରି କରିଛି କମିଶନ୍ ଅନ୍ ପ୍ରେସିଡେଣ୍ଟିଆଲ୍ ଡିବେଟ୍ସ (CPD) ।
ସେପ୍ଟେମ୍ବର ୨୯ ତାରିଖରେ ଓ୍ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟିର ହେଲଥ ଏଜୁକେସନ୍ କ୍ୟାମ୍ପସରେ ଏହି ଡିବେଟ୍ ଅନୁଷ୍ଠିତ ହେବ । ଏହାପରେ ଅକ୍ଟୋବର ୧୫ ତାରିଖରେ ଫ୍ଲୋରିଡାର ମିଆମିରେ ସାମନା ସାମନି ହେବେ ଟ୍ରମ୍ପ-ବିଡେନ୍ । ତୃତୀୟ ଡିବେଟ୍ ଅକ୍ଟୋବର ୨୨ ତାରିଖରେ ହେବ ।
ସେହିପରି ଅକ୍ଟୋବର ୭ ତାରିଖରେ ଉପ-ରାଷ୍ଟ୍ରପତି ପଦ ପାଇଁ ଡିବେଟ୍ ହେବ । ସଲ୍ଟ ଲେକ୍ ସିଟିରେ ମୁହାଁମୁହିଁ ହେବେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଓ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହେବ । ନଭେମ୍ବର 3 ତାରିଖରେ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ ।
Comments are closed.