Latest Odisha News

BREAKING NEWS

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ଭୂମିକା

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ୧୯୯୮ରେ ଝାଡଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ । କମ୍ପାନୀ ଏହାକୁ ଓ୍ୱାସେରୀ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରିବା ବୋଲି ଆବେଦନରେ ଦର୍ଶାଇଥିଲା  ।

ବ୍ରହ୍ମଡିହ କୋଲ ବ୍ଲକ ଆବଣ୍ଟନ ମାମଲା
ସେତେବେଳେ କେନ୍ଦ୍ର କୋଇଲା ମନ୍ତ୍ରାଳୟ କୋଲ୍ ଇଣ୍ଡିଆକୁ ଏସମ୍ପର୍କରେ ମାଗିଥିଲା ରିପୋର୍ଟ । ଏନେଇ କୋଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ ମାଇନ ପ୍ଲାନିଂ ଏଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଟେଡକୁ (CMPDIL) ରିପୋର୍ଟ ମାଗିଥିଲେ । ଅନୁଧ୍ୟାନ ପରେ CMPDIL କୋଲ୍ ଇଣ୍ଡିଆ ଓ କେଇଲା ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ସଂପୃକ୍ତ କୋଲ୍ ବ୍ଲକ ପରିତ୍ୟକ୍ତ ଅଞ୍ଚଳରେ ରହିଛି । ଯେଉଁ ପାଣି ଭର୍ତ୍ତି ହୋଇଛି ।

କାହିଁକି କାଷ୍ଟ୍ରନକୁ ଦିଆଗଲା ନାହିଁ କୋଲ୍ ବ୍ଲକ ?
ବ୍ରହ୍ମଡିହ କୋଇଲ୍ ବ୍ଲକକୁ ଆବଣ୍ଟିତ କଲେ ଏହା ପାଖରେ ଥିବା ସେଣ୍ଟ୍ରେଲା କୋଲ ଫିଲ୍ଡ ପ୍ରତି ବିପଦ ସୃଷ୍ଟି କରିପାରେ । ଏହାସହ ସୁରକ୍ଷା ଓ ପରିବେଶ ନିୟମର ଉଲ୍ଲଂଘନ ହେବ । ଏହାକୁ ଆବଣ୍ଟିତ ନକରିବା ପାଇଁ ରିପୋର୍ଟରେ ଉଲ୍ଲେଖ ରହିଥିଲା । ଏହାପରେ କୋଇଲା ମନ୍ତ୍ରାଳୟର ତତ୍କଳୀନ ପ୍ରକଳ୍ପ ପରାମର୍ଶଦାତା ନିତ୍ୟାନନ୍ଦ ଗୌତମ ରିପୋର୍ଟ କୋଇଲା ମନ୍ତ୍ରାଳୟକୁ 1998 ମସିହା ନଭେମ୍ବର ମାସରେ ଦେଇଥିଲେ ।

ସୁପାରିଶ କରିଥିଲେ ଦିଲ୍ଲୀପ ରାୟ
କେନ୍ଦ୍ରରେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । 1999 ମସିହା ମେ ମାସରେ କାଷ୍ଟ୍ରନ୍ କୋଲବ୍ଲକ ପାଇଁ ନୂଆ ଆବେଦନ କରିଥିଲା । ସିବିଆଇ ଚାର୍ଜସିଟରେ ଦର୍ଶାଇଛି ଯେ, କାଷ୍ଟ୍ରନକୁ କୋଲବ୍ଲକ ଦେବାକୁ କୋଇଲା ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ଦିଲ୍ଲୀପ ରାୟ । ପୂର୍ବରୁ ସେଣ୍ଚ୍ରାଲ୍ କୋଲ ଫିଲ୍ଡ ରିପୋର୍ଟ ଆଧାରରେ କାଷ୍ଟ୍ରନକୁ ବ୍ରହ୍ମଡିହ କୋଇଲା ବ୍ଲକ ମିଳି ନଥିଲା । ଦିଲ୍ଲୀପ ରାୟଙ୍କ ସୁପାରିଶ ପରେ ସେହି ଅଧିକାରୀମାନେ ୟୁ-ଟର୍ଣ୍ଣ ମାରିଥିଲେ । ୧୯୯୯ ସେପ୍ଟେମ୍ବରରେ ୧ ତାରିଖରେ ବ୍ରହ୍ମଡିହା କୋଲବ୍ଲକ କାଷ୍ଟ୍ରୋନ ମାଇନିଂ ଲିମିଟେଡକୁ ଦିଆଯାଇଥିଲା ।
Alligations on Dilip Ray on Coal Scam
୫ ଜଣଙ୍କ ନାଁରେ ମାମଲା
କୋଲ୍ ଇଣ୍ଡିଆ ଲିମିଡଟେଡ୍ (CIL) ଏବଂ ସେଣ୍ଟ୍ରାଲ୍ ମାଇନ ପ୍ଲାନିଂ ଏଣ୍ଡ ଡିଦାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଡିଟର (CMPDIL) ବିରୋଧ ସତ୍ତ୍ୱେ କାଷ୍ଟ୍ରୋନ୍ ମାଇନିଂକୁ ଅହେତୁକ ଅନୁକମ୍ପା ଦେଖାଇ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ନେଇ ମାମଲା ରୁଜୁ ହୋଇଥିଲା । କୋଲ ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦିଲ୍ଲୀପ ରାୟଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୧୨୦(ବି) (ଅପରାଧିକ ଷଡଯନ୍ତ୍ର), ୪୨୦ (ଠକେଇ) ଓ ୪୦୯ ଅନୁସାରେ ରୁଜୁ ହୋଇଥିଲା ମାମଲା ।

Leave A Reply

Your email address will not be published.