Latest Odisha News

BREAKING NEWS

ଆମେରିକାରେ ଭୟଙ୍କର ବନ୍ୟା, ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟା । ଗ୍ବାଡାଲୁପ ନଦୀରେ ଆସିଥିବା ଭୀଷଣ ବନ୍ୟାରେ ଛାରଖାର ହୋଇୟାଇଛି ସହର । ଘର ସବୁ ବୁଡ଼ି ଯାଇଛି । ଲୋକେ କେଉଁଠି ଗଛରେ ତ ଆଉ କେଉଁଛି ଛାତ ଉପରେ ଆଶ୍ରୟ ନେଇଛନ୍ତି । ଯୁଆଡେ ଦେଖିଲେ ସବୁଆଡ଼େ ବନ୍ୟା ବିଭୀଷିକାର ଚିତ୍ର । ପ୍ରକୃତିର ପ୍ରକୋପ ଆଗରେ ଅସହାୟ ହୋଇପଡ଼ିଛି ଆମେରିକା । ପ୍ରବଳ ବର୍ଷା ପରେ ନଦୀରେ ଆସିଥିବା ବନ୍ୟାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଅନେକଙ୍କ ପତ୍ତା ଏଯାଏ ମିଳୁନି ।

ସବୁଠାରୁ ବଡ଼ କଥା ହେଉଛି ନଦୀରେ ହଠାତ୍ ବନ୍ୟା ମାଡି ଆସିବାରୁ ଏକ କ୍ୟାମ୍ପ କରି ରହିଥିବା ୨୭ ଜଣ ଯୁବତୀ ନିଖୋଜ ଅଛନ୍ତି । ପାଖାପାଖି ୮୫୦ ଜଣଙ୍କ ବନ୍ୟାରୁ ଉଦ୍ଧାର କରାଗଲାଣି । ସର୍ଚ୍ଚ ଏବଂ ରେସକ୍ଯୁ ଅପରେସନରେ ୧୭୦୦ରୁ ଅଧିକ ଜଣଙ୍କୁ ନିୟୋଜିତ କରାଯାଇଛି । ଆମେରିକାର ଦୁଇ ରାଜ୍ୟ ଟେକ୍ସାସ ଓ କେର୍ବିଲର ଅନେକ ଅଞ୍ଚଳ ବନ୍ୟାରେ ବୁଡ଼ିଛି । ପ୍ରବଳ ବର୍ଷାରେ ଆସିଥିବା ଏହି ବନ୍ୟାରେ ଛାରଖାର ହୋଇଯାଇଛି ।

ବନ୍ୟାରେ ବର୍ତ୍ତମାv ଯାଏ ୮୦୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏହାସହ ବନ୍ୟାରେ ଫସିଥିବା ଲୋକଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଉଛି । ଅନ୍ୟପଟେ ବର୍ଷାର ପରିମାଣ କମୁନଥିବାରୁ ଆହୁରି ବନ୍ୟା ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି । ଯଦି ଏହାଠାରୁ ଅଧିକ ବନ୍ୟା ହେଉଛି ତେବେ ଆମେରିକା ବଡ଼ ବିପଦ ହୋଇପାରେ।

Comments are closed.