Latest Odisha News

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ !

ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ କରିବାକୁ ପଡିବ ଭେରୀଫିକେସନ, ସରକାର ଆଣୁଛନ୍ତି ନିୟମ |

ଭୁବନେଶ୍ୱର: ସୋସିଆଲ ମିଡ଼ିଆ ଆପ୍ସ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଖବର, କୋଟି କୋଟି ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କୁ ଏଥର କରିବାକୁ ପଡିବ ନିଜର ଭେରୀଫିକେସନ | ସରକାର ଏଥିପାଇଁ ସଂସଦର ଚଳିତ ଅଧିବେଶନରେ ଏହି ବିଧେୟକ ଆଗତ କରିପାରନ୍ତି | ଏହି ବିଲ ପାସ ହେବାପରେ ହ୍ଵାଟସଆପ୍ସ, ଫେସବୁକ, ଇଂଷ୍ଟାଗ୍ରାମ , ଟିକଟକ ପରି ଆପ୍ସ ବ୍ୟବହାର କରୁଥିବା ୟୁଜର୍ସ ପ୍ରଥମେ ଭେରୀଫିକେସନ କରିବାକୁ ପଡିବ |

ସରକାର ଏହି ବିଧେୟକ ଆଣିବାର ମୁଖ୍ୟ ଉଦେଶ୍ୟ ହେଉଛି ଭୁଲ ଖବର ପ୍ରସାରଣ ଉପରେ ରୋକ ଲଗାଇବା | ତେଣୁ ଏହି କମ୍ପାନୀ ମାନଙ୍କୁ ଏଥିପାଇଁ ନୂଆ ମେକାନିଜିମ ତିଆରି କରିବାକୁ ପଡିବ | ଏହି ଭେରୀଫିକେସନ କୁ କମ୍ପାନୀ ପବ୍ଲିକ କରିବାକୁ ପଡିବ , ଯେମିତି ଟ୍ୱିଟର ରେ ଅଛି |

ଜାତୀୟ ଗଣମାଧ୍ୟମ ଓ ରୟଟରସ ରିପୋର୍ଟ ମୁତାବିକ ଭୁଲ ଖବର ପ୍ରସାରଣ ଦ୍ୱାରା ୨୦୧୭ ରୁ ୨୦୧୮ ମଧ୍ୟରେ ୩୦ ଜଣଙ୍କ ମୂର୍ତ୍ୟୁବରଣ କରିଛନ୍ତି | ସେଥିପାଇଁ ହ୍ଵାଟସଆପ୍ସ ତାର ମେସେଜ ଫରୱାର୍ଡ କରିବାର ସୀମା ପାଞ୍ଚ ଜଣ ପର୍ଯ୍ୟନ୍ତ ରଖିଛି | ଫେସବୁକ ଓ ଅନ୍ୟ କମ୍ପାନୀ ଏହାର ବିରୋଧ କରିଥିଲେ, କାରଣ ବହୁ ଲୋକଙ୍କ ପାଖରେ ଭେରୀଫିକେସନ ଦେବାପାଇଁ କୌଣସି ଡକ୍ୟୁମେଣ୍ଟ ପାଖରେ ନାହିଁ |

ନିଜର ଗୋପନୀୟ ତଥ୍ୟ ଚୋରାଇବା ଉପରେ କମ୍ପାନୀର କାର୍ଯ୍ୟକାରୀ ଅଧିକାରୀ ଙ୍କୁ ତିନିବର୍ଷର ଜେଲ ଏବଂ କମ୍ପାନୀ କୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ବା ଏହାଠାରୁ ଅଧିକ ବାର୍ଷିକ ଟର୍ନ ଓଭର ର ଚାରି ପ୍ରତିଶତ ଜୋରିମାନା ଆକାର ରେ ଦେବାକୁ ହେବ | କ୍ୟାବିନେଟରେ ବ୍ୟକ୍ତିଗତ ଡାଟା ସଂରକ୍ଷଣ ବିଧେୟକ, ୨୦୧୯ କୁ ମଞ୍ଜୁରୀ ମିଳିବା ପରେ ଅଧିକାରୀମାନେ କହିଛନ୍ତି ଯେ ବ୍ୟକ୍ତିଗତ ଡାଟା ଚୋରି ବା ବ୍ୟବହାର ରୋକିବା ଉପରେ କୌଣସି ସୁବିଧା କରାଯାଇନାହିଁ |

ଏବେ ସରକାର ସଂସଦ ରେ ଚାଲୁଥିବା ଶୀତକାଳୀନ ଅଧିବେଶନରେ ଏଥିପାଇଁ ବିଧେୟକ ଆଣିବେ | ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଲେ ଯେ , ଏହି ବିଲର ଆଲୋଚନା ପ୍ରଥମେ ସଂସଦରେ କରାଯିବ | ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦ୍ୟୋଗୀକ ମନ୍ତ୍ରାଳୟ ବିଧେୟକ କୁ କ୍ୟାବିନେଟ ଓ ଦୂରସଂଚାର ଓ ସୂଚନା ପ୍ରଦ୍ୟୋଗୀକ ମନ୍ତ୍ରାଳୟ ପାଖକୁ ପଠାଇ ଦେଇଛି |

ଏହି ବିଧେୟକ ମୁତାବିକ , କୌଣସି ବି ସରକାରୀ ବା ବେସରକାରୀ ସଂସ୍ଥା କୌଣସି ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ସେହି ବ୍ୟକ୍ତିଗତ ର ବିନା ଅନୁମତି ରେ ବ୍ୟବହାର କରିପାରିବେ ନାହିଁ | ଚିକିତ୍ସା ଜରୁରୀକାଳୀନ ଓ ରାଜ୍ୟ ବା କେନ୍ଦ୍ର ର ଲାଭଜନକ ଯୋଜନାମାନଙ୍କ କ୍ଷେତ୍ରରେ ଏହା କରାଯାଇପାରିବ | କୌଣସି ବି ବ୍ୟକ୍ତି ତାର ନିଜ ତଥ୍ୟ ଉପରେ ପୂର୍ଣ ଅଧିକାର ଅଛି | ସମ୍ବଧିତ ବ୍ୟକ୍ତି ନିଜର ଡାଟା ରେ ସଂଶୋଧନ ବାପୁନଃ ସଂସ୍ଥା ର ପାଖରେ ମହଜୁଦ ନିନର ତଥ୍ୟ ପର୍ଯ୍ୟନ୍ତ ପହଂଚିବା ପର୍ଯ୍ୟନ୍ତ ମାଗିପାରିବ | ସରକାର ଭେରୀଫିକେସନ କୁ ଜରୁରୀ ନକରି ଏହାକୁ ଅପ୍ସନାଲ କରିପାରନ୍ତି |

Leave A Reply

Your email address will not be published.