ଭୁବନେଶ୍ୱର: ଆମ୍ଭେମାନେ ପ୍ରାୟ ପ୍ରତିଦିନ ଭୋଜନରେ ବା ପାନୀୟରେ ଲେମ୍ବୁର ବ୍ୟବହାର କରିଥାଉ । ଏହି କରୋନା ସମୟରେ ଅନେକ ଏହାକୁ ଗରମ ପାଣି ସହ ପ୍ରତିଦିନ ପିଉଥିବାର ଜଣାପଡିଛି । ତେବେ ପ୍ରତିଦିନ ଲେମ୍ବୁ ଆମ ଦେହ ପ୍ରତି ପ୍ରକୃତରେ କେତେ ଲାଭଦାୟକ ବା କ୍ଷତିକାରକ ଆସନ୍ତୁ ଜାଣିବା…
ଲେମ୍ବୁରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ମୁକ୍ତି ଦେଇଥାଏ। କିନ୍ତୁ ପ୍ରତିଦିନ ଲେମ୍ବୁପାଣି ପିଇବା ସ୍ବାସ୍ଥ୍ୟ ପ୍ରତି ଭଲ ହୋଇନଥାଏ।
ଗ୍ୟାସ୍ ରୋଗୀଙ୍କ ପାଇଁ ଲେମ୍ବୁ ପାଣି ମନା। ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ । ଯାହା ଗ୍ୟାସ ରୋଗୀଙ୍କ ପାଇଁ ସମସ୍ୟା ଆହୁରି ବଢ଼ାଇ ଦେଇଥାଏ।
ଏକ ପରିକ୍ଷଣରୁ ଜଣାପଡିଛି ଯେ, ଲେମ୍ବୁପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗିଥାଏ । ଏପରି ହେବା ଦ୍ୱାରା ପରିସ୍ରା ସହ ଶରୀରରୁ କ୍ୟାଲସିୟମ୍ ସହ ବାହାରି ଯାଇଥାଏ। ତେଣୁ ହାଡ ସହ ଜଡିତ କିଛି ରୋଗରେ ଆକ୍ରାନ୍ତ ଥିଲେ ଲେମ୍ବୁପାଣି ପିଅନ୍ତୁ ନାହିଁ। ଏହାସହ ଅଲ୍ସର୍ ସମସ୍ୟା ଥିଲେ ଲେମ୍ବୁଠୁ ଦୂରରେ ରୁହନ୍ତୁ ।
ପ୍ରତିଦିନ ଲେମ୍ବୁ ପାଣି ପିଇଲେ ଦାନ୍ତର ଇନେମଲ ଖରାପ ହୋଇଯାଇଥାଏ ଓ ଯାହାଫଳରେ ଦାନ୍ତ ଖରାପ ହୋଇଯାଇଥାଏ ।
Comments are closed.