Latest Odisha News

BREAKING NEWS

୨୦ ବର୍ଷ ପରେ ଆଫଗାନିସ୍ତାନରୁ ଫେରିବେ ଆମେରିକାର ସୈନ୍ୟ !

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକା ସେନା ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ମେ ୧ରେ ଆମେରିକା ସେନା ସ୍ୱଦେଶ ଫେରିବେ ବୋଲି ଅଧିକାରୀମାନେ ଘୋଷଣା କରିଥିଲେ । ଏବେ ଏହାର ଡେଡଲାଇନ ବଢ଼ାଇ ଦିଆଯାଇଛି । ଏବେ ୧୧ ସେପ୍ଟମ୍ବରକୁ ଏହା ଘୁଂଚାଇ ଦିଆଯାଇଛି । ଏହି ଦିନ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଂଟର ଉପରେ ତାଲିବାନ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ(୯/୧୧) କରିଥିଲା । ରାଷ୍ଟ୍ରପତି ଜୋ ବାଇଡେନ ଏଥିନେଇ ସମ୍ମତି ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ତାଲିବାନ ଆମେରିକା ସେନାଙ୍କ ପ୍ରତ୍ୟାବର୍ତନ ପରେ ପୁନର୍ବାର ଆଫଗାନିସ୍ତାନକୁ କବଜା କରିବା ଲକ୍ଷ୍ୟରେ ରହିଛି । ଏହାକୁ ଦେଖି ମେ ୧ ଡେଡଲାଇନ ବୃଦ୍ଧି କରାଯାଇଛି । ଇତି ମଧ୍ୟରେ ଅମେରିକା ନାଟୋ ସାଥୀଙ୍କ ସହ ଖୁବ୍ ଶୀଘ୍ର ଏ ନେଇ ଆଲୋଚନା କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.