ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା, ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ବାଣ୍ଟିବେ ଓଡିଆ ଅସ୍ମିତାର ବାର୍ତ୍ତା
ପୁରୀ: ଆଜିଠୁ ‘ଉଠ ଓଡ଼ିଆ’ ସ୍ୱାଭିମାନ ସଂକଳ୍ପ ପଦଯାତ୍ରା । ପୁରୀରୁ ବାହାରି ଏହି ଯାତ୍ରା କାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଯିବ । ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀର ହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ଦିନ ଅର୍ଥାତ୍ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଦିନ ଭୁବନେଶ୍ବରରେ ପହଞ୍ଚିବ ।
ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସୁରକ୍ଷା ଲକ୍ଷ୍ୟ ନେଇ ଏହି ବିରାଟ ପଦଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ପଦଯାତ୍ରା ଆରମ୍ଭ ହୋଇଛି ।
ସଙ୍ଗଠନର ଶତାଧିକ ସଦସ୍ୟ ଏହି ଯାତ୍ରାରେ ଯୋଗଦେଇ ବିଭିନ୍ନ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ଓଡିଆ ଅସ୍ମିତାର ବାର୍ତା ପ୍ରଚାର କରିବେ । ଯାତ୍ରା ଶେଷରେ ଭୁବନେଶ୍ୱରରରେ ଏକ ଜନସଭା କରାଯିବ ।
ପୁରୀ ସହର ତଥା ଓଡ଼ିଶାର ସଚେତନ ନାଗରିକ, ସମାଜ ଚିନ୍ତକ, ସାମାଜିକ କର୍ମୀ, ଛାତ୍ର ଓ ଯୁବ ପ୍ରତିନିଧି ଏବଂ ସାମ୍ବାଦିକ ବନ୍ଧୁ ମାନେ ପଦଯାତ୍ରାରେ ସାମିଲ୍ ହୋଇଛନ୍ତି ।
Comments are closed.