Latest Odisha News

BREAKING NEWS

ରିଲିଜ ହେଲା ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ର ଟ୍ରେଲର, ୧୪ ବର୍ଷ ପରେ ବଡ ପରଦାକୁ ଫେରିଲେ ଫରଦିନ

ନୂଆଦିଲ୍ଲୀ: ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସେୟାର କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ସେପଟେ ଗତ ୧୪ ବର୍ଷରୁ ବଲିଉଡରୁ ଦୂରରେ ଥିବା ଅଭିନେତା ଦୁସର ଫରଦିନ ଖାନ ଫିଲ୍ମ ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ସହିତ ଫେରିଛନ୍ତି । ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଥିବା ବେଳେ ଶେଖର ସୁମ ଓ ତାହା ଶାହାଙ୍କ ମଧ୍ୟ ପ୍ରଥମ ଲୁକ ଦେଖିବାକୁ ମିଳିଛି ।

ଭାରତୀୟ ସ୍ବତନ୍ତ୍ରତାର ସଂଗ୍ରାମର ଝଲକ ଦେଖିବାକୁ ମିଳିଛି ​​। ୧୯୪୦ ମସିହାର ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ ପ୍ରେମ, ଶକ୍ତି, ପ୍ରତିଶୋଧ ଏବଂ ସ୍ବତନ୍ତ୍ରତାର ଏକ ଉପନ୍ୟାସ । ଏହି ଫିଲ୍ମ ମାଧ୍ୟମରେ ‘ହିରାମଣ୍ଡି’ର କାହାଣୀକୁ ପ୍ରକାଶ କରିଛି । ନେଟଫ୍ଲିକ୍ସ ଏବଂ ବଂଶାଲୀ ପ୍ରଡକ୍ସନ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । ଟ୍ରେଲରଟି ବ୍ରିଟିଶ ଭାରତର ହିରାମଣ୍ଡିଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ସ୍ବାଧୀନତା ସଂଗ୍ରାମର ଝଲକ ଦେଖିବାକୁ ମିଳିଛି । ଏଥିସହ ମଲ୍ଲିକାଜାନ ଓ ଫରିଦନଙ୍କ ବିବାଦ ମଧ୍ୟ ଦେଖିବାକୁ ମିଳିବ ।

ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ଏହି ୱେବସିରିଜ ଜରିଆରେ ଓଟିଟି ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ୱେବସିରିଜକୁ ଦର୍ଶକମାନେ ନେଟଫ୍ଲିକ୍ସରେ ଦେଖିପାରିବେ । ଏହି ୱେବସିରିଜର ପ୍ରଥମ ସିଜିନରେ ୮ଟି ଏପିସୋଡ ରହିବ । ତା ସହିତ ଖୁବ୍ କମ ସମୟ ଭିତରେ ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ରିଲିଜ୍ ହେବ । ଏଥିରେ ସୋନାକ୍ଷୀ ସିହ୍ନାଙ୍କ ସହିତ, ଅଦିତି ରାଓ ହୈଦରୀ, ରିଚା ଚଢା, ଫରୀଦା ଜଲାଲ, ମନୀଷା କୋଇରାଲା, ସଞ୍ଜୀଦା ଶେଖ୍, ଫରଦୀନ୍ ଖାନ ପ୍ରମୁଖ ନଜର ଆସିବେ । ଏହି ୱେବସିରିଜର କାହାଣୀ ସ୍ୱାଧୀନତା ପୂର୍ବ ଭାରତର କାହାଣୀ ଉପରେ ପର୍ଯ୍ୟବେସିତ ।

ସୂଚନାଯୋଗ୍ୟ ଯେ, ହୀରାମଣ୍ଡି କାହାଣୀ ପାକିସ୍ତାନର ଲାହୋରରେ ଥିବା ଏକ ରେଡ୍ ଲାଇଟ୍ ଏରିଆର କାହାଣୀ ଉପରେ ସୁଟ୍ କରାଯାଇଛି । ଯାହାକୁ କି ଶାହି ମହୋଲ୍ଲା ବି କୁହାଯାଏ । ସେହି ସମୟରେ ଭାରତ-ପାକିସ୍ତାନ ଦୁଇ ଭାଗ ହେଇନଥିଲା ଏବଂ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନରୁ ମହିଳାମାନେ ଆସି ହୀରାମଣ୍ଡିରେ ରହୁଥିଲେ । ସେ ସମୟର ରାଜନୀତି, ପ୍ରେମ ଏବଂ ଧୋକାକୁ ନେଇ ଏହାର କାହାଣୀ ନିର୍ମିତି ହୋଇଛି ।

Leave A Reply

Your email address will not be published.