Latest Odisha News

BREAKING NEWS

Utkal Karate School: ପ୍ରତିଷ୍ଠା ଦିବସରେ ସାମ୍ବାଦିକଙ୍କ ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ଶୁକ୍ରବାର ରାଜଧାନୀରେ ଥିବା ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅଲମ୍ପିକ ସଙ୍ଘର ସଭାପତି ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ଏବଂ ଅତିଥି ଭାବେ ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଦୁଇ ଥର ବିଶ୍ବ କରାଟେ ଚମ୍ପିଆନ ଅମିର୍ ମେହେଦିଜାଦେ ଯୋଗଦେଇଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର, ସର୍ବେଶ୍ବର ମହାନ୍ତି, ଏସ୍. ରାଜୀବ ଗୌରବ, ମନୋରଞ୍ଜନ ଦାସ ଏବଂ ଶୁଭଲକ୍ଷ୍ମୀ ବଳଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ କ୍ରୀଡାର ଆନ୍ତଃଜାତୀୟ ପଦକ ବିଜେତା ଅନୁପମ ସ୍ବାଇଁ, ଲୋମା ସ୍ବାଇଁ, ଡ.ଭଗବାନ ରେଡ୍ଡୀ, ସୁମନ ଶେଖର, ରିତେଶ ରାୟ, ଦିବ୍ୟ ବେହେରା, ଶୁଭକାନ୍ତ ବିଶ୍ବାଳ, ଅଂଶୁମାନ ଆଚାର୍ଯ୍ୟ, ତ୍ରିଲୋଚନ ରାଣା, ସମରଜିତ୍ ଚକ୍ର, ଅଭିଶେକ ପଟ୍ଟନାୟକ, ପ୍ରିୟଦର୍ଶୀନି ସାହୁ. ଆର୍ଯ୍ୟବ୍ରତ, ପୁଲକ୍ ପାଢୀ, ସୂର୍ଯ୍ୟ ପ୍ରକାଶ ଘଡେଇ, ପୁନିତ୍ ମହାନ୍ତି ଓ ଅମୈଶା ଝାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଶେଷରେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡା. ହରିପ୍ରସାଦ ପଟ୍ଟନାୟକଙ୍କୁ ସ୍କୁଲର ସମସ୍ତ କର୍ମକର୍ତ୍ତା ତଥା ଅତିଥିମାନେ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Comments are closed.