ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବା ଲାଗି ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ୧୦୦ ଫୁଟ ଉଚ୍ଚ, ୩୦ ଫୁଟ ଲମ୍ବା ଓ ୨୦ ଫୁଟ ଚଉଡା ବିଶିଷ୍ଟ ଏକ ପତାକା ନିର୍ମାଣ କରାଯାଇଥିଲା । ଯାହା ସାଧାରଣତନ୍ତ୍ର ଦିବସରେ ସ୍ଥାୟୀ ଭାବେ ୟୁନିଭର୍ସିଟି ପରିସରରେ ଉତ୍ତୋଳନ କରାଯିବ ।
ବିଜେପି ଛାତ୍ର ସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଦାବି ପରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଏହି ଦାବି ନେଇ ଏବିଭିପି ପକ୍ଷରୁ ଗତବର୍ଷ ଅକ୍ଟୋବର ମାସରେ କୁଳପତିଙ୍କ କାର୍ଯ୍ୟାଳୟ ଘରାଉ କରାଯାଇଥିଲା ।
Comments are closed.