ଡେରାଡୁନ୍: ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ନେଇ ଚିନ୍ତା ମଧ୍ୟରେ ଉତ୍ତରାଖଣ୍ଡ ସରକାର ସୋମବାର ଦିନ ଅଗଷ୍ଟ ୧୭ ସକାଳ ୬ଟା ରୁ ୨୪ ଅଗଷ୍ଟ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣାକୁ ବୃଦ୍ଧି କରିଛନ୍ତି।
କର୍ଫ୍ୟୁ ସମୟରେ ଟିକାକରଣ ଅଭିଯାନ ଜାରି ରହିବ ବୋଲି ରାଜ୍ୟ ସରକାର କହିଛନ୍ତି। କରୋନା ପଜିଟିଭ ମାମଲାରେ ହ୍ରାସ ସତ୍ତ୍ୱେ ରାଜ୍ୟ ସରକାର କଟକଣା କୋହଳ କରିନାହାନ୍ତି।
ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବାକୁ ରାଜ୍ୟ ସରକାର ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି। ଗତ ସପ୍ତାହରେ, ଅଗଷ୍ଟ ୧୭ ପର୍ଯ୍ୟନ୍ତ ରାଜ୍ୟ ସରକାର କରୋନା କର୍ଫ୍ୟୁ ଜାରି କରିଥିଲେ।
Comments are closed.