Latest Odisha News

BREAKING NEWS

ଉତ୍ତରାଖଣ୍ଡ ଗ୍ଲାସିୟର ବିସ୍ଫୋରଣ; ଏପର୍ଯ୍ୟନ୍ତ ୪୩୦ ଜଣ ଉଦ୍ଧାର; ୮ ମୃତ

ଉତ୍ତରାଖଣ୍ଡ: ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ହିମସ୍ଖଳନ ପରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁମନା-ରିମ୍‌ଖିମ ରାସ୍ତାରେ ଥିବା ଏକ ଗ୍ଲାସିଅରର ଏକ ଅଂଶ ଭୁଶୁଡ଼ିବା ପରେ ଏହି ସ୍ଖଳନ ହୋଇଥିଲା। ଏହି ସମୟରେ ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ତୁରନ୍ତ ଭାରତୀୟ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ୪୩୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଆଠଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସେଥିରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଏକ ସେନା ଶିବିରରେ ଚିକିତ୍ସା କରାଯାଉଛି।

ତୁରନ୍ତ ଭାରତୀୟ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଉଭୟ ଶିବିରରେ ଅନ୍ୟ ଶ୍ରମିକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

Comments are closed.