Latest Odisha News

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଚମୋଲି : ଉତ୍ତରାଖଣ୍ଡର ଚମୋଲିରେ ଭୁସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୧୨ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସହ ଅନେକ କାଦୁଅରେ ଫସି ରହିଥିବା ଆଶଙ୍କା କରାଯାଉଛି । ଏଥିପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନ । ଆଜି ସକାଳେ ତପୋବନ ଟନେଲରୁ ଆଉ ୫ଟି ଶବ ଉଦ୍ଧାର କରାଯିବା ପରେ ଉତ୍ତରାଖଣ୍ଡ ହିମସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଥିଲା।

ତପୋବନ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଟନେଲରେ ଫସି ରହିଥିବା ୩୦ଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଅପରେସନ । ଏନ୍‌ଟିପିସି ପ୍ରକଳ୍ପର ଜେନେରାଲ୍‌ ମ୍ୟାନେଜରଙ୍କ କହିବା ଅନୁସାରେ, ଟନେଲ ମଧ୍ୟରେ ଅଟକି ରହିଥିବା ଲୋକଙ୍କ ସ୍ଥିତି ଆକଳନ କରିବା ଲାଗି କ୍ୟାମେରା ଏବଂ ଭିତରେ ଜମିଥିବା ପାଣି ନିଷ୍କାସନ ପାଇଁ ପାଇପ୍‌ ଭର୍ତ୍ତି କରିହେବ । ଋଷିଗଙ୍ଗା ହିମସ୍ଖଳନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଏନ୍‌ଟିପିସିର ତପୋବନ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଦ୍ରୁତ ଗତିରେ ଉଦ୍ଧାରକାର୍ଯ୍ୟ ଜାରି ଅଷ୍ଟମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

Comments are closed.