Latest Odisha News

BREAKING NEWS

ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ରେକର୍ଡ

ଚେନ୍ନାଇ: ଚଳିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି ।
୨୯ଥର ୫ ଉଇକେଟ ସଫଳତା: ରବିଚନ୍ଦ୍ରନ ଅଶ୍ୱିନ ଓଭରାଲ ୨୯ଥର ୫ଉଇକେଟ ସଫଳତା ହାସଲ କରିଛନ୍ତି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅନୀଲ କୁମ୍ବଲେ ୩୫ ଥର ଏହି ସଫଳତା ହାସଲ କରି ତାଙ୍କ ଆଗରେ ରହିଛନ୍ତି । ଓଭରାଲ ମୁଥୟା ମୁରଲୀଧରନ (୬୭), ଶେନ ୱାର୍ଣ୍ଣେ (୩୭) ଓ ସାର ରିଚାର୍ଡ ହାଡଲୀ (୩୬) ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । କୁମ୍ବଲେ ଓଭରାଲ ୪ର୍ଥ ଏବଂ ଅଶ୍ୱିନ ୭ମ ସ୍ଥାନରେ ରହିଛନ୍ତି ।

ଭାରତରେ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ: ରବିଚନ୍ଦ୍ରନ ଅଶ୍ୱିନ ଭାରତରେ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ହୋଇଛନ୍ତି । ଅଶ୍ୱିନ ୨୬୮ ଉଇକେଟ ନେଇ ହରଭଜନଙ୍କ ୨୬୫ ମାର୍କକୁ ଅତିକ୍ରମ କରିଛନ୍ତି । ଅନୀଲ କୁମ୍ବଲେ ୩୫୦ ଉଇକେଟ ସହ ଶୀର୍ଷରେ ରହିଛନ୍ତି । ଡେଭିଡ ୱାର୍ଣ୍ଣରଙ୍କୁ ସର୍ବାଧିକ ୧୦ଥର ଅଶ୍ୱିନ ଆଉଟ କରିଛନ୍ତି ।

Leave A Reply

Your email address will not be published.