ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭି. କେ. ପାଣ୍ଡିଆନ ।
ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ ହୋଇଥାଏ । ଏହା ଏକ ବ୍ୟସ୍ତ ବସ ଟର୍ମିନାଲର ହୋଇଥିବାରୁ ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି ବସ ଟର୍ମିନାଲର ବିକାଶ କାର୍ଯ୍ୟ ଚାଲୁଛି ।
ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟ ରେ ୧୧.୮୪ ଏକର ଜମି ଉପରେ ନିର୍ମିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ପାର୍କିଙ୍ଗ ଏଟିଏମ , ଫୁଡ କୋର୍ଟ , ରେଷ୍ଟ୍ରୁରାଣ୍ଟ ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ ଅନୁଯାୟୀ 5T ଉପକ୍ରମରେ ଏହି ବସ ଟର୍ମିନାଲର ର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି .କେ. ପାଣ୍ଡିଆନ ବରମୁଣ୍ଡା ଯାଇ ଆନ୍ତ ରାଜ୍ୟ ବସ ଟର୍ମିନାଲର ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ । ଏହି ସମୟରେ ବିଡିଏ ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ଉପସ୍ଥିତ ଥିଲେ । ଏହି ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆନ୍ତ ରାଜ୍ୟ ବସ ଟର୍ମିନାଲର କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି । 5T ସଚିବ ଭି .କେ. ପାଣ୍ଡିଆନ ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ ।
Comments are closed.