Latest Odisha News

BREAKING NEWS

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ ।

ଦୁଇ ଦିନରେ ଦେଶର ପ୍ରଥମ ନାଗରିକ ୪ଟି ସୁନ୍ଦର ଶାଢୀ ପିନ୍ଧିଥିଲେ । ଯେଉଁଥିରେ ଥିଲା ଓଡ଼ିଶାର ଝଲକ ଓ ଓଡ଼ିଆ ମହକ । ପୁରୀ ଗସ୍ତ ସମୟରେ ସେ ନୀଳ ରଙ୍ଗର ସମ୍ୱଲପୁରୀ ପାଟ ଶାଢୀ ପିନ୍ଧିଥିଲେ ।  ସେଠାରୁ ବାହାରିବା ବେଳେ ଦ୍ରୌପଦୀ ମୁର୍ମୁ ଏକ ସାନ୍ତାଳୀ ଲୁମଙ୍ଗ ଶାଢୀଟିଏ ପିନ୍ଧିଥିଲେ । ଭୁବନେଶ୍ୱର ରାଜଭବନରେ ସିଭିକ୍ ରିସେପସନ୍ କାର୍ଯ୍ୟକ୍ରମ ସମୟରେ ସେ ପିନ୍ଧିଥିଲେ ଏକ ଖଣ୍ଡୁଆ ପାଟ । ଦ୍ୱିତୀୟ ଦିନର ପୂରା କାର୍ଯ୍ୟକ୍ରମରେ ସେ ଅଫ୍ ହ୍ୱାଇଟର ଏକ ସୁନ୍ଦର ଶାଢୀ ପିନ୍ଧିଥିଲେ । ତାଙ୍କର ବେଶ ପୋଷାକ ଓ ବିନମ୍ର ଭାବ ରାଜ୍ୟବାସୀଙ୍କୁ ବିମୋହିତ କରିଛି ।

Leave A Reply

Your email address will not be published.