Latest Odisha News

BREAKING NEWS

ଦିଲ୍ଲୀ ବନବିଭାଗର ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ବନବିଭାଗ ପକ୍ଷରୁ ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟ forest.delhigovt.nic.in ରେ ଆଜିଠାରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ରହିଛି ।

ପଦବୀ ସଂଖ୍ୟା:

– ମୋଟ ପଦବୀ ୨୨୬
– ଫରେଷ୍ଟ ରେଂଜର ୪
– ଫରେଷ୍ଟ ଗାର୍ଡ ୨୧୧
– ୱାଇଲ୍ଡ ଲାଇଫ ଗାର୍ଡ/ଗେମ୍ ୱାଚର-୧୧

ଶିକ୍ଷାଗତ ଯୋଗ୍ୟତା:

ଫରେଷ୍ଟ ରେଂଜର: ଡିଗ୍ରୀ(ବିଜ୍ଞାନ/ଇଂଜିନୟରିଂ) ।

ଏଗ୍ରିକଲଚର, ବଟାନୀ, କମ୍ପ୍ୟୁଟର ସାଇନ୍ସ, କେମେଷ୍ଟ୍ରୀ, ଇଂଜିନିଅରିଂ ଏଗ୍ରିକଲଚର/କେମିକାଲ ସିଭିଲ/କମ୍ପ୍ୟୁଟରସ୍‌/ଇଲେକ୍‌ଟ୍ରିକାଲ/ଇଲେକ୍‌ଟ୍ରୋନିକ୍ସ/ ମେକାନିକାଲ, ଏନ୍‌ଭିରୋମେଂଟାଲ ସାଇନ୍ସ, ଫରେଷ୍ଟ୍ରି, ଜିଓଲୋଜି, ହର୍ଟିକଲଚର, ମ୍ୟାଥମେଟିକ୍ସ, ଫିଜିକ୍ସ କରିଥିବା ଆବଶ୍ୟକ ।

ଫରେଷ୍ଟ ଗାର୍ଡ: ଯୁକ୍ତ ୨ ପାସ୍ । ହିନ୍ଦୀ ଭାଷାରେ ଅଭିଜ୍ଞତା ଥିବା ଆବଶ୍ୟକ ।

ୱାଇଲ୍ଡଲାଇଫ ଗାର୍ଡ/ଗେମ୍ ୱାଚର: ୧୦ମ ପାସ୍ ଆବଶ୍ୟକ ।

କେମିତି କରିବେ ଆବେଦନ:

-ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ forest.delhigovt.nic.in ରେ ଯୋଗ୍ୟତା ଅନୁଯାୟୀ ଆବେଦନ କରିପାରିବେ ।

ଆବେଦନର ଶେଷ ତାରିଖ:

– ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ: ଫେବୃଆରୀ ୧୩ ।
– ପରୀକ୍ଷା: ମାର୍ଚ୍ଚ ୧୨ ଏବଂ ୧୩ ।

Leave A Reply

Your email address will not be published.