Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପ୍ରେମ ସପ୍ତାହରେ ଆଜି ‘ପ୍ରପୋଜ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର ।

ଆଉ ଏବେ ଏହି ପ୍ରେମ ସପ୍ତାହରେ ସମସ୍ତେ ମିଶି ସପ୍ତାହ ଯାଏ ପ୍ରେମ ସପ୍ତାହ ବେଶ ଧୁମଧାମରେ ସେଲିବ୍ରେଟ କରୁଚନ୍ତି। ଏଇ ଯେମିତି ଆଜି ହେଉଛି ପ୍ରପୋଜ୍ ଡେ’।ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି ଦିନ ଆପଣଙ୍କ ମନକଥା ଜଣାଇବା ପାଇଁ ଏକ ସୁଯୋଗ । ସେଥିପାଇଁ ଏହି ଦିନକୁ ପ୍ରପୋଜ ଡେ କୁହାଯାଏ । ପ୍ରେମୀ ଯୁଗଳ ଏହି ଦିନକୁ କିଛି ଅଲଗା ବା କିଛି ନୂଆ କରି ଆପଣାଇଥାନ୍ତି । ଯାହା ତାଙ୍କ ପ୍ରିୟଜନଙ୍କୁ ସ୍ପେସିଆଲ ଅନୁଭବ ଦେଇଥାଏ ।

ପ୍ରପୋଜ ଶବ୍ଦଟି ପ୍ରପୋଜାଲରୁ ଆସିଛି । ପ୍ରପୋଜ କରିବା ବେଳେ ବିଶ୍ବାସ ବି ଦେଇପାରୁଥିବା ନିତାନ୍ତ ଜରୁରୀ । ସମ୍ପର୍କର ମୁଳଦୂଆ ହିଁ ବିଶ୍ବାସ । ତେଣୁ ବିଶ୍ବାସ ଦେଇ ସବୁ ସମ୍ପର୍କ ଗଢାଯାଏ । କହିବାକୁ ଗଲେ ସମସ୍ତ ସମ୍ପର୍କ କେବଳ ବିଶ୍ୱାସ ଆଧାରରେ ତିଷ୍ଠି ରହିଥାଏ । ଯାହା ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସହ ଆପଣଙ୍କ ପ୍ରତି ସମ୍ମାନ ବଢାଇବାରେ ସାହାଯ୍ୟ କରିପାରିବ । ଏହା ଦ୍ବାରା ଏକ ନୂଆ ସମ୍ପର୍କ ତିଆରି ହୋଇପାରେ ।

ପ୍ରେମରୁ ନେଇ ବନ୍ଧୁତ୍ୱ ଯେ କୌଣସି ସମ୍ପର୍କ ହେଉ, ସବୁର ମୂଳଦୁଆ ହେଉଛି ବିଶ୍ୱାସ । ଆଉ ଯଦି ଏହି ବିଶ୍ୱାସ ରହିଲା ତେବେ ସମସ୍ତ ସମ୍ପର୍କ ଚିରସ୍ଥାୟୀ ହେବ ସହିତ ସମ୍ପର୍କ ଆହୁରି ମଧୁରତର ହୋଇପାରିବ । . . .

Comments are closed.