Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଆଫଗାନ କ୍ରିକେଟର ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଚାହୁଁ ନାହାନ୍ତି

କାବୁଲ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସରି ଯାଇଥିଲେ ମଧ୍ୟ ଆଫଗାନ ଟିମ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ଲଣ୍ଡନରେ ଶରଣ ମାଗିଛନ୍ତି । ତାଲିବାନ ଭୟରେ ସେମାନେ ଭୟଭୀତ ହୋଇ ପଡିଛନ୍ତି । ବିଶ୍ୱକପରେ ଏଥର ଆଫଗାନିସ୍ତାନ ଟିମ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡଠାରୁ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଦଳ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା ।

ମୁଖ୍ୟ କୋଚ ଓ ପୂର୍ବ ଖେଳାଳି ରଇସ ଅହମଦଜାଇ ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ରାଜି ହେଉ ନାହାନ୍ତି । ପୂର୍ବରୁ ୨୦୦୯ରେ ଦଳର ଖେଳାଳିମାନେ କାନାଡାରେ ଶରଣ ମାଗିଥିଲେ । ଏମାନଙ୍କ ମଧ୍ୟରୁ ୨ଜଣ ଆନ୍ତର୍ଜାତୀୟସ୍ତରରେ କାନାଡା ପକ୍ଷରୁ ପ୍ରତିନିଧିତ୍ୱ ମଧ୍ୟ କରି ସାରିଛନ୍ତି ।

Comments are closed, but trackbacks and pingbacks are open.