Latest Odisha News

BREAKING NEWS

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ , ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ ରୋତର ଗାଁର ଆଶାଦିଦି ଭାନୁମତି ନାୟକ ।

ସୂଚନା ଅନୁସାରେ ଗତ ୨୮ ତାରିଖରେ ନୋତର ଗାଁର ରବି ସ୍ୱାଇଁଙ୍କ ପତ୍ନୀ ଜଲି ସ୍ୱାଇଁ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।ହେଲେ ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର କୁଆଡେ ନିଖୋଜ ହୋଇଯାଇଥିଲା  ।ଏନେଇ ଅଭିଯୋଗ ହେବା ପରେ ପୋଲିସ ଶିଶୁପୁତ୍ରଟିକୁ ଉଦ୍ଧାର କରିବା ସହ ତଦନ୍ତ କରି ମାମଲାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ।ଖୁବ୍ ଶିଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସପି ସିଦ୍ଧାର୍ଥ  କଟୋରିଆ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.