Latest Odisha News

ମେକ ଅପ ଆର୍ଟିଷ୍ଟଙ୍କ କମାଲ, ଭ୍ରମ ସୃଷ୍ଟି କରି ଚକିତ କରୁଛନ୍ତି

ନୂଆଦିଲ୍ଲୀ: କଳାକାରଙ୍କ କୃତୀ ସବୁବେଳେ ପସନ୍ଦ ଆସିଥାଏ । ତେବେ ଭ୍ୟାଙ୍କଭୋରର ଏପରି ଏକ ମେକଅପ ଆର୍ଟିଷ୍ଟ ଅଛନ୍ତି ଯିଏ କି ଲୋକଙ୍କୁ ଭ୍ରମିତ କରି ମଜା ଉଠାଇଥାନ୍ତି । ସେ ଏପରି ଭାବେ ନିଜକୁ ଚିତ୍ରିତ କରିଥାନ୍ତି ଯେ, ପ୍ରକୃତରେ ନାକ, କାନ ଓ ପାଟ ଖୋଜିବା କଷ୍ଟକର ହୋଇପଡେ । ଏହା କଳାକାରଙ୍କ ନାମ ହେଲା ମିମି ଚୋଇ । ସେ ତାଙ୍କର କଳାକୃତି ନେଇ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ । ତାଙ୍କର ଅନେକ ମେକଅପ ଫଟୋ ଭାଇରାଲ ହୋଇଛି । ନିକଟରେ ସେ ଏପରି ଏକ ମେକଅପ ନେଇଥିଲେ ଯେ, ତାଙ୍କ ମୁହଁରେ ନାକ, କାନ, ଆଖି ଓ ପାଟି ସବୁ କିଛି ୨ଟା ଲେଖାଁଏ ଜଣା ପଡିଥିଲା । ଇଲ୍ୟୁଜନ ମେକଅପ ଆର୍ଟିଷ୍ଟ ଭାବେ ମିମି ନିଜକୁ ପରିଚିତ କରି ପାରିଛନ୍ତି ।

Comments are closed.