Latest Odisha News

BREAKING NEWS

କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ପାଇଁ ବଡ଼ ଘୋଷଣା: ମାସକୁ ଦରମା ୯୦ ହଜାର, ରାଜ୍ୟ କର୍ମଚାରୀଙ୍କ ଭଳି ମିଳିବ ଭତ୍ତା

ନୂଆଦିଲ୍ଲୀ: ବାରଣାସୀର କାଶୀ ବିଶ୍ବନାଥ ମନ୍ଦିର ପାଇଁ ନିଯୁକ୍ତ ହେବେ ୫୦ ପୂଜାରି। ତେବେ ୩ଟି ଶ୍ରେଣୀର ପୂଜାରୀଙ୍କୁ ନିଯୁକ୍ତି କରାଯିବ। ବରିଷ୍ଠ ଅର୍ଚକଙ୍କୁ ମାସିକ ୯୦ ହଜାର, କନିଷ୍ଠ ଅର୍ଚକ ୭୦ ହଜାର ଓ ସହାୟକ ଅର୍ଚକ ୪୫ ହଜାର ଦରମା ଦିଆଯିବ। ଏତିସହ ରାଜ୍ୟ କର୍ମଚାରୀଙ୍କ ଭଳି ବହୁ ଭତ୍ତା ମଧ୍ୟ ଦିଆଯିବ। କାଶୀ ବିଶ୍ବନାଥ ମନ୍ଦିର ନ୍ୟାସର ୧୦୫ ତମ ବୈଠକରେ ପୂଜାରୀ ସେବା ନିୟମାବଳୀକୁ ନେଇ ସହମତି ପ୍ରକାଶ ପାଇଛି।

କମିଶନର ସଭାଗାରରେ ଆୟୋଜିକ ବୈଠକର ଆରମ୍ଭ ନ୍ୟାସ ଅଧ୍ୟକ୍ଷ ପ୍ରଫେସର ନାଗେନ୍ଦ୍ର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ହୋଇଛି। ଅନ୍ତଃ ବିଦ୍ୟାଳୟ ସହିତ ସବୁ ସ୍ତରରେ ମନ୍ଦିର ପକ୍ଷରୁ ସଂସ୍କୃତ ପ୍ରତିଯୋଗିତା ହେବ। ସହରର ଷ୍ଟେସନ୍‌ ଓ ବସ୍ ଷ୍ଟାଣ୍ଡରେ ରହୁଥିବା ଲୋକଙ୍କୁ ପ୍ରତିଦିନ ପ୍ରସାଦ ବିତରଣ କରାଯିବ। ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ବିଶ୍ବ ଭୂଷଣ ମିଶ୍ର କହିଛନ୍ତି ମନ୍ଦିରର ଅନ୍ନକ୍ଷେତ୍ରରେ ପ୍ରସାଦ ତିଆରି କରି ପ୍ୟାକେଜିଂ କରିବା ପରେ ମଧ୍ୟାହ୍ନରେ ବଣ୍ଟନ କରାଯିବ। ପ୍ରସାଦରେ ଖେଚୁଡି, ଛୋଲେ ଓ ପୁରୀ ଆଦି ରହିବ। ବୈଠକରେ ଭୂମି ଓ ଭବନର ଉପଯୋଗ ପାଇଁ ଏକ ଆର୍କିଟେକ୍ଟ କମ୍ପାନୀକୁ ମୁତୟନ କରିବା ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ବଢୁଥିବା ଦର୍ଶନାର୍ଥୀଙ୍କ ସଂଖ୍ୟାକୁ ଦେଖି ସୁବିଧା ବଢାଇବାର ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.