Latest Odisha News

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ତେବେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର ପାଣିଗ୍ରାହୀଙ୍କ ସହ ବହୁ ନେତା ଏବଂ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି ।

ସେହିପରି, ବରଗଡ ଜିଲ୍ଲା ଅର୍ନ୍ତଗତ ଭଟଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ୨୦୧୯ କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ କୁମାର ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନରେ ବିଧିବିଦ୍ଧ ଭାବେ ସାମିଲ ହୋଇଛନ୍ତି ।

ବରଗଡ ନିର୍ବାଚନମଣ୍ଡଳୀର ସାମାଜିକ କର୍ମୀ ମିନାକ୍ଷୀ ମିଶ୍ର ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଓ ପଦ୍ମପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ମିନାକ୍ଷୀ ମିଶ୍ରଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ମିନାକ୍ଷୀ ମିଶ୍ରଙ୍କ ଯୋଗଦାନ ଫଳରେ ବିଶେଷକରି ବରଗଡ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର କହିଥିଲେ ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା କଂଗ୍ରେସର ଯୁବନେତା ଆଜି ଶଙ୍ଖଭବନ ଠାରେ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ବିଜେଡ଼ିରେ ସାମିଲ ହୋଇ ଲୋକଙ୍କ ସେବା କରିହେବ । ଯୁବ ଓ ମହିଳାବର୍ଗଙ୍କ ପାଇଁ ଅନେକ କିଛି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ସବୁଠାରୀ ଶୀର୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସାରା ଭାରତବର୍ଷରେ ୧ ନମ୍ବରରେ ପହଞ୍ଚିବ ବୋଲି କହିଛନ୍ତି ।

Comments are closed.