Latest Odisha News

BREAKING NEWS

ଖୁବଶୀଘ୍ର ଯାଜପୁରରେ ଆରମ୍ଭ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ

ଯାଜପୁର: ଯାଜପୁରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଦୀର୍ଘଦିନ ଧରି ବ୍ୟାସନଗର ପୌରାଂଚଳ ଏବଂ ପାଣିକୋଇଲି ଅଂଚଳରେ ବିକାଶ ମୂଳକ କାର୍ଯ୍ୟ ପଛେଇ ଯାଇଥିବାରୁ ଏହି ଅଂଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତି ହୋଇଛି । ଏହି ଅଂଚଳ ଖଣି ଦ୍ୱାରା ପରୋକ୍ଷ ଭାବେ ପ୍ରଭାବିତ ହେଉଥିବା ଦର୍ଶାଇ ସରକାର ଏପରି ନିଷ୍ପତି ନେଇଛନ୍ତି ।

ସେହିପରି ଯାଜପୁର ଠାରେ ପ୍ରସ୍ତାବିତ ମେଡିକାଲ କଲେଜ ଆରମ୍ଭ ହେବା ପୂର୍ବରୁ ଏହାର ଭିତିଭୂମି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏମ ସି ଏଚ ବିଲ୍ଡିଂ ପ୍ରତିଷ୍ଠା ହେବ । ଏଥିପାଇଁ ୬୬ କୋଟି ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଛି । ସେହିପରି ଯାଜପୁରର ସର୍ବପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମହାବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନ ପରିକ୍ଷାଗାର ଏବଂ ସେଂଟର ପଂର ଏକ୍ସିଲେନ୍ସ ପାଇଁ ୧୫ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ମଂଜୁର ହୋଇଛି ।

ଉଭୟ ଏମ ସି ଏଚ ଏବଂ ବିଜ୍ଞାନ ପରିକ୍ଷାଗାର ପାଇଁ ଓଡିଶା ମିନେରାଲ ବିଅରିଂ ଏରିଆଜ ଡେଭେଲପମେଂଟ କର୍ପୋରେସନ ପାଣ୍ଠରୁ ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.