Latest Odisha News

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ପିପିଏଲ୍ କାରଖାନା ରୁ ସାର ଉପ୍ତାଦନରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଜିପିସମ ଗୁଣ୍ଡ ସ୍ଥାନୀୟ ଅଞ୍ଚଳରେ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ଏହାକୁ ରୋକିବା ପାଇଁ ପିପିଏଲ କର୍ତ୍ତୃପକ୍ଷ ଏହି ଜିପିସମକୁ ସ୍ଥାନାନ୍ତର କରି ହଟାଇବାକୁ ଯୋଜନା କରିଥିଲେ । ୨୦୦୪ ମସିହାରୁ ପିପିଏଲ ବିଭିନ୍ନ ଡିଲରଙ୍କୁ ନିଯୁକ୍ତି କରି ଜିପିସମ ବାହାରକୁ ପଠାଇବାର ବ୍ୟବସ୍ଥା କଲେ | ୨୦୦୪ ରୁ ବାର୍ଷିକ ଦେଢ଼ ଲକ୍ଷ ଟନ ଜିପସମ ଯାଉଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୨ ସୁଦ୍ଧା ବାର୍ଷିକ ୧୦ ଲକ୍ଷ ୫୦ ହଜାର ଟନ ଜିପସମ ପିପିଏଲ ବାହାରକୁ ପଠାଇ ଥିଲା । ସେଥିପାଇଁ ପିପିଏଲ ୧୩ ଜଣ ଡିଲରଙ୍କୁ ପର୍ଯ୍ୟାୟ କ୍ରମେ ନିୟୋଜିତ କରିଥିଲା ଯାହାଫଳରେ ଅଧିକ ବର୍ଜ୍ୟ ଜିପସମ ଖାଲି ହେବା ସମ୍ଭବ ହୋଇପାରିଥିଲା । ଏଣୁ ଡିଲର ମାନେ ପିପିଏଲ ନିକଟରେ ଜଣିକିଆ ୧୦ ଲକ୍ଷ ଟଙ୍କା ଲେଖାଏଁ ସିକୁରିଟି ଡିପୋଜିଟ କରିଥିଲେ ।

ଏଥି ସହିତ ଡିଲର ମାନେ କୋଟି କୋଟି ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସରେ ୧୩ ଜଣ ଡିଲରଙ୍କୁ ପିପିଏଲ କର୍ତ୍ତୃପକ୍ଷ ବାହାର କରିଦେଇ  କେବଳ ଜଣେ କୋଷ୍ଟାଲ କନଷ୍ଟ୍ରକସନ କୁ ସୁପର ଡିଲର  ଭାବେ ନିଯୁକ୍ତି ଦେଇଛି l ୧୩ ଜଣଙ୍କୁ ଜିପିସମ ଟନ ପିଛା ୩୨୦ ଟଙ୍କାରେ ପିପିଏଲ ଦେଉଥିବା ବେଳେ ଉକ୍ତ ସୁପର ଡିଲର କୁ ୨୪୫ ଟଙ୍କାରେ ବିକ୍ରିକରୁଥିଲେ । ପିପିଏଲ କର୍ତ୍ତୃପକ୍ଷ ଚଞ୍ଚକତା କରି ଜଣକୁ ସୁପର ଡିଲର ଭାବେ ନିଯୁକ୍ତି ଦେଇ ୨୪୫ ଟଙ୍କାରେ ନେଇ ୫୫୦ ଟଙ୍କାରେ ବିକିବାରୁ ମାସକୁ ୨୫ ହଜାର ଟନ ବି ସମ୍ପୂର୍ଣ ହୋଇପାରୁନାହିଁ । ଯାହା ଫଳରେ ପିପିଏଲ ରାଜସ୍ଵ ହରେଇବା ସହିତ ଜିପିସମ ସ୍ଥାନାନ୍ତରିତରେ ଶିଥିଳତା ଦେଖାଯିବା ସହ ଜିପସମ୍ ପାହାଡ଼ ଭଳି ଜମା ହେବାରେ ଲାଗିଛି ଯାହାକି ପରିବେଶ ପ୍ରଦୂଷଣ ସୃଷ୍ଟି ହେବ । କୋଷ୍ଟାଲ କନଷ୍ଟ୍ରକ୍ସନ କୁ ପିପିଏଲ କର୍ତ୍ତୃପକ୍ଷ  ଅନୁକମ୍ପା ଦେଖାଇବା ଯୋଗୁଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏହି ତିନୋଟି ସଂଗଠନ । ସେଥପାଇଁ ସମସ୍ତ ସଂଗଠନ ମିଳିତ ଭାବେ ଆସନ୍ତା ୨୫ ରେ ପିପିଏଲ ର ମନମାନି ଓ ଅନ୍ୟାୟ ବିରୋଧରେ କମ୍ପାନୀର ମୁଖ୍ୟ ଫାଟକ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.