Latest Odisha News

BREAKING NEWS

କୋର୍ଟରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

କଟକ: ଭୂତେଇଲେ, ଭଣ୍ଡେଇଲେ… କୋର୍ଟଙ୍କ ତାଗିଦ୍ ପରେ ଚାବି ଫେରାଇଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ତାଗିଦ୍ ପରେ ଅନୁଭବଙ୍କ ଘରର ଚାବିକୁ ଫେରାଇଛନ୍ତି । ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଶାଶୂଘର ଚାବିକୁ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ପରିବାର ଅଦାଲତରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଶାଶୂଘର ଛାଡ଼ିଥିବା ବେଳେ ଚାବି ହସ୍ତାନ୍ତର କରି ନଥିଲେ । ଯାହାକୁ ନେଇ ଅନୁଭବ ବର୍ଷାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ବର୍ଷାଙ୍କୁ ଚାବି ଫେରାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବର୍ଷା ରୁଜୁ କରିଥିବା ୨ଟି ଯାକ ମାମଲାକୁ କୋର୍ଟ ଅଗ୍ରାହ୍ୟ କରିଥିଲେ ।

ଏବେ ବର୍ଷା କୋର୍ଟରେ ଚାବି ଦାଖଲ କରିଥିବା ବେଳେ ଷ୍ଟାର ପତିପତ୍ନୀଙ୍କ କଳି ଉପରେ ସାରା ଓଡ଼ିଶାବାସୀଙ୍କ ନଜର ରହିଛି । ବର୍ଷା ଶାଶୂଘର ଛାଡ଼ି ଭଡ଼ାଘରକୁ ଯାଇଥିବା ବେଳେ ରହଣୀ ବାବଦକୁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.