Latest Odisha News

BREAKING NEWS

କ୍ରୋମ ପରିବହନକୁ ନେଇ ବିବାଦ, ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ୍ ମାଲିକ ସଂଘ

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ପରିବହନକୁ ନେଇ ବିବାଦ ଦେଖା ଦେଇଛି । ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକ ସଂଘ । କ୍ରୋମ ପରିବହନରେ ଅନିୟମିତତା ଓ କ୍ରୋମ ପରିବହନ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ ହୋଇଛି ।

BjdElectrycity

ଏହାର ପ୍ରତିବାଦରେ ଆଜି ଧର୍ମଶାଳା ଓ ଯାଜପୁର ରୋଡ୍ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଯାଜପୁର ରୋଡ୍ ସ୍ଥିତ ଖଣି ଉପନିର୍ଦ୍ଦେଶକ ଙ୍କକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲାର ଅନେକ ଟ୍ରକ୍ ମାଲିକ ସାମିଲ୍ ହୋଇଛନ୍ତି । ଅଭିଯୋଗ ମୁତାବକ ଟ୍ରକ୍ ଯୋଗେ କ୍ରୋମ ପରିବହନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ।

କେବଳ ଖଣି ଅଞ୍ଚଳର ନିକଟବର୍ତ୍ତୀ ଟ୍ରକ୍ ଗୁଡ଼ିକୁ କ୍ରୋମ ପରିବହନ ପାଇଁ ଅନୁମତି ଦିଆ ଯାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଅଣଦେଖା କରାଯାଉଛି । ଏଥିସହ ପୂର୍ବରୁ ଉଚ୍ଚ ନ୍ୟାୟାଳୟ ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରାଯାଉଛି । ଖଣି ଉପନିର୍ଦ୍ଦେଶକ ଓ ପ୍ରଶାସନର ଜାଣତରେ ଏସବୁ ହେଉଥିବା ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ ।

ଏସବୁର ପ୍ରତିବାଦ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଟ୍ରକ୍ ମାଲିକ । ଯଥାଶୀଘ୍ର ଏସବୁ ସମସ୍ୟାର ସମାଧାନ କରା ନଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.