Latest Odisha News

ମାସକ ଭିତରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ମାସକ ମଧ୍ୟରେ ଶାଶୂଘର ଛାଡ଼ି ବାହାରେ ଭଡ଼ା ଘରେ ରହିବେ ବର୍ଷା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ବେଳେ ବର୍ଷା ଶାଶୂଘର ଛାଡ଼ି ବାହାରେ ରହିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ପୂର୍ବରୁ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଶାଶୂଘର ଛାଡ଼ିବା ନେଇ କହିବା ସହ ଅନୁଭବ ମହାନ୍ତିଙ୍କୁ ମାସିକ ଘର ଭଡ଼ା ବାବଦରେ ୩୦ ହଜାର ଟଙ୍କା ଦେବାକୁ କହିଥିଲେ । SDJM କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ଜିଲ୍ଲା ଦୌରାଜଜଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି କୋର୍ଟରେ ଶୁଣାଣି ବେଳେ ବର୍ଷା ପ୍ରିୟଦର୍ଶିନୀ ଶାଶୂଘର ମାସକ ମଧ୍ୟରେ ଛାଡ଼ିବେ ବୋଲି କହିଛନ୍ତି । ଫଳରେ ମାମଲାର ଅନ୍ତ କରିଛନ୍ତି କୋର୍ଟ ।

 

Leave A Reply

Your email address will not be published.